ନୂଆଦିଲ୍ଲୀ : ମହିନ୍ଦ୍ରା ଚଳିତ ମାସ ଜୁଲାଇରେ ନିଜ ବୋଲେରୋ ଏସୟୁଭିରେ ୧ ଲକ୍ଷ ଟଙ୍କାର ରିହାତି ଦେଉଛନ୍ତି । କମ୍ପାନୀ ଏହାର ଟପ୍-ଏଣ୍ଡ୍ ବି୬(o) ଟ୍ରିମ୍ ସବୁଠାରୁ ଅଧିକ ୯୨,୭୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ଏହା ପରେ ବି୬ ଓ ବି୪ ଟ୍ରିମ୍ ଲେବଲରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି । ବୋଲେରୋ ନିୟୋ ରେଞ୍ଜ ଟାପିଂ ଏନ୍୧୦(o) ଓ ଏନ ୧୦ ଟ୍ରିମ୍ସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବୁଠାରୁ ଅଧିକ ରିହାତି ଦେଉଛି । ବୋଲେରୋ ନିୟୋ ଏନ୮ ଟ୍ରିମରେ ୬୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଓ ବେସ୍ ଏନ୪ ଟ୍ରିମରେ ୪୦ ହଜାର ଟଙ୍କାର ରିହାତି ମିଳୁଛି । ୯ ସିଟର ବୋଲେରୋ ନିୟୋ ପ୍ଲସର ପି୪ ଓ ପି୧୦ ଉଭୟ ଟ୍ରିମ୍ ସ୍ତରରେ ୨୫ ହଜାର ଟଙ୍କାର ଫ୍ଲାଟ କ୍ୟାଶ୍ ଡିସ୍କାଉଣ୍ଟ ମିଳୁଛି । ବୋଲେରୋର ଦାମ୍ ୯.୮୧ ଲକ୍ଷ ଟଙ୍କା, ବୋଲେରୋ ନିୟୋର ଦାମ୍ ୯.୯୭ ଲକ୍ଷ ଟଙ୍କା ଓ ବୋଲେରୋ ନିୟୋ ପ୍ଲସର ଦାମ୍ ୧୧.୪୧ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ।
ନୂଆ ମହିନ୍ଦ୍ରା ବୋଲେରୋ ନିଓରେ ରୁଫ୍ ସ୍କି-ରାକ୍, ନ୍ୟୁ ଫଗ୍ ଲାଇଟ୍, ଏଲଇଡି ଡିଆରଏଲଏସ୍ ସହିତ ହେଡଲ୍ୟାମ୍ପ ଓ ଡିପ୍ ସିଲଭର କଲର ସ୍କିମରେ ପ୍ରସତ୍ତୁ ସ୍ପେୟର ହ୍ବିଲ କଭର ଭଳି ଭିଜୁଆଲ୍ ଅପଗ୍ରେଡ୍ ମିଳିଥାଏ । କେବିନରେ ଡୁଆଲ ଟୋନ୍ ଲେଦର ସିଟ୍ ମିଳିଥାଏ । ଡ୍ରାଇଭର ସିଟ୍ ପାଇଁ ଏଥିରେ ହାଇଟ୍ ଆଡଜଷ୍ଟମେଣ୍ଟ ମିଳିଥାଏ । କେବିନ୍ ଭିତରେ ୭ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ଦିଆଯାଇଛି । ଏଥିରେ ୧.୫ ଲିଟର ଡିଜେଲ ଇଞ୍ଜିନ୍ ମିଳିଥାଏ ଯାହା ୧୦୦ ବିଏଚପିର ପାଓ୍ବର ଓ ୨୬୦ ଏନଏମର ପିକ୍ ଟର୍କ ଉତ୍ପନ କରିବାରେ ସକ୍ଷମ । ଏହା ସହିତ ୫ ସ୍ପିଡ୍ ମାନୁଆଲ ଟ୍ରାନ୍ସମିଶନ ସହିତ ପାଓ୍ବର ପ୍ରଦାନ କରିଥାଏ ।



