ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକ ଅଞ୍ଚଳ ଢେଙ୍କିକୋଟ ବଜାରର ୨ ପାର୍ଶ୍ଵ ସର୍ଭିସ ରୋଡର ଅବସ୍ଥା ଶୋଚନୀୟ ହୋଇପଡିଛି । ସର୍ଭିସ ରୋଡରେ କେଉଁଠି ପାଣି ଜମି ରହୁଛି ତ କେଉଁଠି ଆଣ୍ଠୁଏ ଖାଲ ହେଲାଣି । ସର୍ଭିସ ରୋଡର ଡ୍ରେନ କାମ ଆଠ ବର୍ଷ ହେଲା ଶେଷ ହୋଇ ପାରୁନାହିଁ । ଢେଙ୍କିକୋଟରୁ ୨୨୦ ନଂ ଜାତୀୟ ରାଜପଥ କରଞ୍ଜିଆ ରାସ୍ତା ଆରମ୍ଭ ହେଉଥିବାବେଳେ ଏହି ରାସ୍ତାରେ ଏବେ ୬୦ ଟନ ରୁ ୭୦ ଟନ ଓଜନର ଲୌହ କଏଲବାହୀ ବହୁଚକ ବିଶିଷ୍ଟ ଟ୍ରଲର ଚାଲୁଥିବାରୁ ଛକ ନିକଟରେ ଏହି ଭାରବାହୀ ଟ୍ରକ ଚାପରେ ବଡ ବଡ ଖାଲ ହୋଇ ଦୁର୍ଘଟଣାକୁ ଡାକୁଛି । ଢେଙ୍କିକୋଟ ବଜାରରେ ଉଭୟ କଟକ ପାର୍ଶ୍ଵ ଓ କେନ୍ଦୁଝର ପାର୍ଶ୍ଵ ବସ ରହଣି ସ୍ଥଳରେ ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
Popular Categories



