www.samajalive.in
Thursday, December 11, 2025
23.1 C
Bhubaneswar

ଉଜୁଡିଲା ହଜାର ହଜାର ହେକ୍ଟର ସାରଦ ଧାନତଳି, ସହାୟତା ଅପେକ୍ଷାରେ ଚାଷୀ

ଆରଡି : ବୈତରଣୀ ନଦୀରେ ଦେଖା ଦେଇଥିବା ବନ୍ଯା ଦୀର୍ଘ ୭ ଦିନ ପରେ ଛାଡ଼ି ଯାଇଛି। ହେଲେ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି। ବିଶେଷ ଭାବେ ପ୍ରଭାବିତ ହୋଇଛି ଚାଷ।  ବ୍ଲକର ଆରଡି, ଓଳଗ, ନାନ୍ଦପୁର, ସୁନ୍ଦରପୁର  ୪ଟି ପଞ୍ଚାୟତର ୨୦ ଗାଁ  ପ୍ରଭାବିତ ହୋଇଛି। ସେହିପରି  ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ବୋଡକ ନିକଟରେ ୧କିମି ରାସ୍ତା ଧାଇଯିବା ସହ ନଦୀକୁ ସୁରକ୍ଷା ପାଚେରୀ ଢଳି ରହିଥିବାରୁ  ରାସ୍ତାରେ ଫାଟ ସୃଷ୍ଟି ହୋଇଛି । ଫଳରେ  ବିପଦପୂର୍ଣ୍ଣ ଭାବେ ଯାଆଆସ କରୁଛନ୍ତି ପଥଚାରୀ ଓ ଛୋଟବଡ ଯାନବାହନ । ସେହିପରି ଅନେକ ଗାଁ  ରାସ୍ତା ଓ ମୁଖ୍ୟ ରାସ୍ତା ଧୋଇ ଯାଇଥିବାରୁ ଯାତାୟତରେ ନାନା ଅସୁବିଧା ଦେଖାଦେଇଛି। ବନ୍ୟାପାଣି ଉଜାଡି ଦେଇଛି ଚାଷଜମିର ସାରଦ ଧାନତଳି।  ଏବେବି ବହୁ ଚାଷଜମି ଜଳମଗ୍ନ ହୋଇ ରହିଛି। ସେହିପରି ବହୁ କଚ୍ଚାଘର ଧୋଇ ଯାଇଥିବାରୁ ଉଜୁଡା ଘରକୁ ସଜାଡିବାରେ ଲାଗିପଡିଛନ୍ତି  ବିପନ୍ନ। ସେହିପରି ହଜାର ହଜାର ଗୃହପାଳିତ ପଶୁ ମଧ୍ଯ ପ୍ରଭାବିତ ହୋଇଛନ୍ତି। ଏବେ ସରକାରୀ ସହାୟତାକୁ ଅପେକ୍ଷାରେ ଚାହିଁ ରହିଛନ୍ତି ବିପନ୍ନ ଓ ଚାଷୀ।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories