www.samajalive.in
Tuesday, December 9, 2025
19.1 C
Bhubaneswar

ଚାଲିଛି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ: ଲାଗିନି ଫଳକ, ଘଟୁଛି ଦୁର୍ଘଟଣା

ଗୋପାଳପୁର : ଗୋପାଳପୁର -ବ୍ରହ୍ମପୁର ରାସ୍ତାର ଭଞ୍ଜବିହାର ଛକଠାରୁ ଡୁରା ଛକ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ରାସ୍ତା ଓ କୋଠାବାଡି ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାମ ଚାଲିଥିବାବେଳେ ପ୍ରଶସ୍ତିକରଣ କାର୍ଯ୍ୟରେ ରାସ୍ତାର ଦୁଇ ପଟେ ପ୍ରାୟ ୩ ଫୁଟ ଓସାରର ଫେବର ବ୍ଲକ ବିଛା ଯାଉଛି। କିନ୍ତୁ ଏହି କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ପକ୍ଷରୁ ମନମୁଖୀ କାର୍ଯ୍ୟ କରାଯାଉଥିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଠିକାଦାର ପକ୍ଷରୁ ଫେବର ବ୍ଲକ ବିତାଇବା ନିମନ୍ତେ ରାସ୍ତାର ଦୁଇପଟ ପ୍ରାୟ‌ ୧ ଫୁଟ ଲେଖାଏଁ ଖୋଳା ଯାଉଥିବାବେଳେ କାମ ଚାଲିଛି ବୋଲି କୌଣସି ସଚେତନାତ୍ମକ ଫଳକ ମରାଯାଇନାହିଁ ।

ଫଳରେ ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ଦେଖିବାକୁ ମିଳିଛି। ଏହି ରାସ୍ତା ଦେଇ ପ୍ରତିଦିନ ବ୍ରହ୍ମପୁର ତଥା ଆଖପାଖ ଅଞ୍ଚଳରୁ ବହୁ ପର୍ଯ୍ୟଟକ ଗୋପାଳପୁର ଯାଅଆସ କରୁଛନ୍ତି। ଏହା ସହ ଲେବର ବ୍ଲକ ବିଛା ଯିବା ପୂର୍ବରୁ ନିର୍ମାଣ ସ୍ଥାନ ବାଲି ଭର୍ତ୍ତି ବଦଳରେ ପଥର ଗୁଣ୍ଡ ବିଛାଯାଇ କାମ କରୁଥିବା ଏବଂ ବାଲି ସହ ପଥର ଗୁଣ୍ଡ ମିଶାଯାଇ କାମ କରାଯାଉଥିବା ଦେଖିବାକୁ ମିଳିଛି। ଯା‌ହାଫଳରେ ନିର୍ମାଣ ନିମନ୍ତେ ଏଗ୍ରିମେଣ୍ଟ ହୋଇଥିବା ମାନଦଣ୍ଡକୁ ଠିକାଦାର ପକ୍ଷରୁ ପୂରଣ କରାଯାଉନଥିବାର ଦେଖିବାକୁ ମିଳିଛି। ଏଣୁ ରାସ୍ତା ଓ କୋଠାବାଡ଼ି ବିଭାଗ ପକ୍ଷରୁ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବା ସହ ନିର୍ମାଣ ସ୍ଥାନରେ ସୁରକ୍ଷା ବାଡ଼ ସ୍ଥାପନ କରିବା ଓ ବାଲି ଭର୍ତ୍ତି କରାଯାଇ ଲେବର ବ୍ଲକ ବିଛା ଯିବା ପ୍ରତି ନଜର ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories