www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣା ବିଦେଶୀ ମଦ ଦୋକାନରୁ ଟଙ୍କା ଓ ମଦ ଚୋରି 

ପାଟଣା : ପାଟଣା ବଜାର ମଧ୍ୟରେ ଥିବା ବିଦେଶୀ ମଦ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଆଜି ସକାଳେ ଅଳିଆ ସଫା କରୁଥିବା ଜଣେ ଯୁବକ ଏହା ଦେଖି ସଙ୍ଗେ ସଙ୍ଗେ ଦୋକାନ ମାଲିକ ରଞ୍ଜନ କୁମାର ସାହୁଙ୍କୁ ଖବର ଦେଇଥିଲେ। ଖବର ପାଇ ଦୋକାନ ମାଲିକ ଶ୍ରୀ ସାହୁ ସେଠାରେ ପହଞ୍ଚି ଦୋକାନ ଘରର ଅବସ୍ଥା ଦେଖି ପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମଦ ଦୋକାନରୁ ୩ ଟି ଦାମୀ କ୍ୟୁୱାର୍ଡ଼ ବୋତଲ ସହିତ ନଗଦ ୫୪ହଜାର ଟଙ୍କା ଚୋର ମାନେ ଚୋରି କରିଛନ୍ତି। ଦୋକାନ ପଛ ପଟ ଟିଣ କର୍କଟ ତାଡି ଚୋର ଭିତରେ ପଶିଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଳ ଓ ଏଏସଆଇ ସରୋଜ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପାଟଣା ଥାନା ମାମଲା ସଂଖ୍ୟା ୧୩୩/୨୦୨୫ ମୂଳେ ଏକ ଚୋରି ମାମଲା ରୁଜୁ ହୋଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories