www.samajalive.in
Saturday, December 6, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ କାଳନ୍ଦୀ ଚରଣ ଉଚ୍ଚ ବିଦ୍ୟାଳୟ

ସିମୁଳିଆ : ସିମୁଳିଆ ବ୍ଲକର ଶ୍ୟାମସୁନ୍ଦରପୁର ଉଚ୍ଚ ବିଦ୍ୟାଳୟ ଏବେ ସମସ୍ୟା ଘେରରେ ଛନ୍ଦୀ ହୋଇପଡିବା ଘଟଣା ସ୍ଥାନୀୟ ଶିକ୍ଷାପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।  ବହୁ ପୁରାତନ ଛାତ୍ରଛାତ୍ରୀ ଦେଶବିଦେଶରେ ପ୍ରତିଷ୍ଠିତ । ସଂପ୍ରତି ବିଦ୍ୟାଳୟ ୩୦୧ ଜଣ ବିଦ୍ୟାର୍ଥୀ ଅଧୟନ କରୁଥିବା ଜଣାଯାଇଛି । ବିଦ୍ୟାଳୟର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବରୁ ଶିକ୍ଷାଦାନରେ ନାନାବିଧ ସମସ୍ୟା ସୃଷ୍ଟି ହୋଇଛି । ସୂଚନାରୁ ପ୍ରକାଶ ଶ୍ୟାମାସୁନ୍ଦରପୁରରେ ଥିବା ବିଦ୍ୟାଳୟଟି ୧୯୮୬ ମସିହାରେ ବିଧାୟକ ପଦ୍ମଲୋଚନ ପଣ୍ଡା ବାପାଙ୍କ ନାମ କାଳନ୍ଦୀ ଚରଣ ଉଚ୍ଚ ବିଦ୍ୟାଳୟ ନାମରେ ନିର୍ମାଣ ହୋଇଥିଲା । କିନ୍ତୁ ଏବେ ଏହି ବିଦ୍ୟାଳୟଟି ବିଭିନ୍ନ ସମସ୍ୟା ଦେଇ ଯୁଝି ହେଉଛି। ଅଷ୍ଟମରୁ ଦଶମ ତିନୋଟି ଶ୍ରେଣୀ ନିମନ୍ତେ ମାତ୍ର ୫ଟିରେ ପୁରୁଣା ଗୃହରେ ରଙ୍ଗ ମରାଯାଇ ୨ଟି ଶ୍ରେଣୀ ଗୃହରେ ଶିକ୍ଷାଦାନ କରା ଯାଉଛି ।

ପାଚେରୀ ନ ଥିବାରୁ ଗୋରୁ ଗାଈ ପଶିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟିଛି ଏହି ବିଦ୍ୟାଳୟ । ଛାତ୍ରୀଙ୍କ ନିମନ୍ତେ ଶୌଚାଳୟ  ନିର୍ମିତ୍ତ ହୋଇଥିଲେ ମଧ୍ୟ ପାଣି ବ୍ୟବସ୍ଥା ନ ଥିବାରୁ ତାହା ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ । ଯାହା ଫଳରେ ଛାତ୍ରୀ ମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ପାଣି କଥା ନ କହିବା ଭଲ, ନିଜସ୍ୱ ରୋଷେଇ ଘର ମଧ୍ୟ ନାହିଁ । ସ୍କୁଲର ଫାଟକ କିମ୍ବା ଲାଇବ୍ରେରୀ ନାହିଁ । ଝରକା ନ ଥିବାରୁ ଅଧିକାଂଶ ସମୟରେ ମାଙ୍କଡ଼ ଆସି ପିଲାମାନଙ୍କୁ ହଇରାଣ କରୁଥିବା ପିଲାମାନେ ପ୍ରକାଶ କରିଛନ୍ତି । 5ଟିରେ କାର୍ଯ୍ୟ ଅଧପାହାନ୍ତିରା ହୋଇଥିବା ଯୋଗୁଁ ଅଭିଭାବକ ଓ ଗ୍ରାମବାସୀ ଏ ସଂକ୍ରାନ୍ତରେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କୁ ଜଣାଇଥିଲେ । ଅଭିଯୋଗ ପାଇ ବିଧାୟକ ପଣ୍ଡା ବିଦ୍ୟାଳୟକୁ ଯାଇ ବିଦ୍ୟାଳୟରେ ପହଁଞ୍ଚି ହୋଇଥିବା 5ଟି କାର୍ଯ୍ୟକୁ ତଦାରଖ କରିବା ସହ 5ଟି କାର୍ଯ୍ୟ କରିଥିବା ଠିକାଦାରଙ୍କ ନାମରେ ତୁରନ୍ତ ପୋଲିସରେ ଅଭିଯୋଗ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବା ସହ ଭିଜିଲାନ୍ସ ତଦନ୍ତ କରିବା ନିମନ୍ତେ ପ୍ରକାଶ କରିଥିଲେ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories