ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ କାଉନସିଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ବିଜୁ ପଟ୍ଟନାୟକ ଏଣ୍ଡ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ତରଫରୁ ଅଧ୍ୟକ୍ଷ ନିରାକାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ବିକାଶ ଗ୍ରୁପ୍ ର ପ୍ରତିଷ୍ଠାତା ବିକାଶ ସେଠୀ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ସ୍ବାଇଁ ଛାତ୍ରଛାତ୍ରୀ ମାନଙ୍କୁ ନିଜ ନିଜର କ୍ୟାରିୟର ଗଠନରେ ଯୁଗୋପଯୋଗୀ ହେବା ନିମନ୍ତେ ପରାମର୍ଶ ଦେଇଥିଲେ। ପ୍ରାଧ୍ୟାପକ ସତ୍ୟାନନ୍ଦ ପଣ୍ଡା ,ଅଲେଖ ପ୍ରସାଦ ସାହୁ,ଚନ୍ଦ୍ରଶେଖର ଭୁଁୟା, ଜତିନ୍ଦ୍ର ସାହୁ,ହେମନ୍ତ ମିଶ୍ର,ଘନଶ୍ୟାମ ମହାନ୍ତ, ସମୀର ସାହୁ, ତନ୍ମୟ ବଳ, ପ୍ରଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, ରଶ୍ମିତା ପୃଷ୍ଟି ,କାଞ୍ଚନ ଲତା ସାହୁ ଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଟପ୍ପର କୃତିଛାତ୍ରୀ କଳା ବିଭାଗର ମନ୍ତାଶା ଜାଭେଦ୍ ଓ ବିଜ୍ଞାନ ବିଭାଗର ଛାତ୍ର ଚିରଞ୍ଜିବି ମହାନ୍ତ ବିଦ୍ୟାଳୟ ସମୟର ନିଜ ନିଜର ଅନୁଭୂତି ପ୍ରଦାନ କରିଥଲେ।
Popular Categories



