ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତରେ ଏବେ ବି ଆବାସ ଗୃହରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ । ଘର ନପାଇ ଅସହାୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ଜରି ପାଲ ଟାଣି ରହୁଛନ୍ତି ବନ୍ଧଗଡ଼ ଗାଁର ଚନ୍ଦ୍ରମା ନାୟକଙ୍କ ପରିବାର । ପରିବାରରେ ଚନ୍ଦ୍ରମା ନାୟକଙ୍କ ସହ ସ୍ୱାମୀ ଭକ୍ତ ନାୟକ ଏବଂ ପରିବାରରେ ଅନ୍ୟ ୩ ଜଣ ମିଶାଇ ୫ ଜଣ ରହୁଛନ୍ତି । ବର୍ତ୍ତମାନ ନିଜେ ରୋଜଗାର କରି ଚଳିବା ଓ ପରିବାର ପ୍ରତିପୋଷଣ କରିବା କଷ୍ଟ ହୋଇ ପଡ଼ିଥିବାବେଳେ ଘର ଖଣ୍ଡିଏ କରିବା ଅସମ୍ଭବ ହୋଇ ପଡ଼ିଛି । ବର୍ଷାରେ ଘର ସାରା ପାଣି ଗଳି ଯାଉଥିବାବେଳେ ଘର କାନ୍ଥ ମଧ୍ୟ ପଡ଼ି ନଷ୍ଟ ହେବାକୁ ବସିଛି l ଆବାସ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ମିଳି ପାରିନାହିଁ ତେଣୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଚନ୍ଦ୍ରମା l ତୁରନ୍ତ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇ ଦେଲେ ଉପକୃତ ହେବେ ବୋଲି ଚନ୍ଦ୍ରମା କହିଥିବାବେଳେ ତାଙ୍କୁ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
Popular Categories



