www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ସୈନିକ ସଂଘର ପ୍ରଥମ ବାର୍ଷିକ ଉତ୍ସବ

ଆଠଗଡ : ଆଠଗଡ ପୂର୍ବତନ ସୈନିକ ସଂଘର ପ୍ରଥମ ବାର୍ଷିକ ଊତ୍ସବ ରବିବାର ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କ୍ୟାପଟେନ ପ୍ରଫୁଲ୍ଲ କୁମାର ପରିଡା ଏଥିରେ ପୌରୋହିତ୍ୟ କରିବା ସହ ସ୍ବାଗତ ଭାଷଣ ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଡ.ଲୋକନାଥ ସାହୁ ଯୋଗ ଦେଇ ପ୍ରଥମେ ସଂଘର ସମସ୍ତ ସଦସ୍ଯଙ୍କୁ ସେମାନଙ୍କ ଜୀବନର ମୂଲ୍ଯବାନ ସମୟକୁ ଦେଶ ରକ୍ଷାରେ ଉତ୍ସର୍ଗୀକୃତ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଦେଶର ସୈନିକଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ରହିପାରିଛନ୍ତି।  ତେଣୁ ସେନାବାହିନୀ ଓ ସେମାନଙ୍କ ପରିବାର ସଦସ୍ଯ ଉପଯୁକ୍ତ ସମ୍ମାନର ଅଧିକାରୀ ବୋଲି ଡ.ସାହୁ ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ ସୈନିକମାନଙ୍କ ପିଲାମାନଙ୍କ ଦ୍ବାରା ଭିନ୍ନ ଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସେଥିରେ ଭାଗନେଇଥିବା କୁନିକୁନି ପିଲାମାନଙ୍କୁ ମୁଖ୍ଯ ଅତିଥି ଉତ୍ସାହିତ କରିଥିଲେ । ଏହି ଉତ୍ସବରେ ଅବସରପ୍ରାପ୍ତ ସୈନିକ ଓ ତାଙ୍କ ପରିବାର ସଦସ୍ଯଙ୍କ ସମେତ ଅନୁଗୁଳ, ଭୁବନେଶ୍ୱର, ବାଙ୍କୀ, ତିଗିରିଆ, ବଡମ୍ବା ଓ  ନରସିଂହପୁର ଆଦି ପଡୋଶୀ ପୂର୍ବତନ ସୈନିକ ସଂଘର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ  । ସମ୍ପାଦକ ଭେଟେରାନ ରମେଶ ଚନ୍ଦ୍ର ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଆଠଗଡ଼, ବାଙ୍କୀ, ତିଗିରିଆ, ବଡମ୍ବା  ଓ  ନରସିଂହପୁର ସଂଘ ମିଳିତ ଭାବେ ଆଠଗଡ଼ ଓ ତିଗିରିଆ ମଧ୍ୟବର୍ତ୍ତୀ ଏକ ଉପଯୁକ୍ତ ସ୍ଥାନରେ ଏକ ମିନି ସିଏସଡି କ୍ୟାଣ୍ଟିନ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖିଥିଲେ । ଭେଟେରାନ ପ୍ରସନ୍ନ କୁମାର ନାୟକ, ସର୍ବେଶ୍ୱର ରାଉତ, ଉପେନ୍ଦ୍ର କୁମାର ବେହେରା, ସନ୍ତୋଷ କୁମାର ରାଉତ ଓ ନିତ୍ୟାନନ୍ଦ ଧଳଙ୍କ ସମେତ ଅନ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଉପସଭାପତି ଗିରିଜା ଶଙ୍କର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories