www.samajalive.in
Saturday, December 13, 2025
15.1 C
Bhubaneswar

ରାତି ୮ଟା ପରେ ଗୋପାଳପୁରକୁ ବସ ଚଳାଚଳ ଦାବି

ଗୋପାଳପୁର : ଗୋପାଳପୁର ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ ସୁଦ୍ଧା ଏହା ଏକ ଅବହେଳିତ ପର୍ଯ୍ୟଟନ ସ୍ଥଳ ଭାବେ ପରିଗଣିତ ହୋଇଛି। ଏଠାକୁ ଚଳାଚଳ କରୁଥିବା ସିଟି ବସ୍ କେବଳ ରାତି ୮ ଟା ପର୍ଯ୍ୟନ୍ତ ଯାଆସ କରୁଥିବା ଯୋଗୁଁ ପର୍ଯ୍ୟଟକ ସମେତ ଗୋପାଳପୁର ସମେତ ଆଖପାଖ ଅଞ୍ଚଳବାସୀ ହଇରାଣ ହେଉଥିବା ଅଭିଯୋଗ ହେଉଛି। ଏଠାକୁ ପ୍ରତ୍ୟହ ସିଟି ବସ୍ ଚଳାଚଳ କରୁଥିବା ବେଳେ ରାତି ୮ ଟା ପରେ ବସ୍ ଆଉ ଯାଉନାହିଁ। ଯାହାଫଳରେ ଛୁଟିଦିନ ଓ ପର୍ଯ୍ୟଟନ ଋତୁରେ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ବସ୍ ନପାଇ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଅନେକ ସମୟରେ ଜିଲ୍ଲା ପ୍ରଶାସନ ସମେତ ବିଡ଼ିଏକୁ ବହୁବାର ଦାବି ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ବ ଦିଆଯାଇନାହିଁ। ଏବେ କିଛିମାସ ହେଲା ଏହି ବସ୍ ବ୍ରହ୍ମପୁରରୁ କରାପଲ୍ଲୀ ପର୍ଯ୍ୟନ୍ତ ଯାଆସ କରୁଥିବା ବେଳେ ଗୋପାଳପୁର ପର୍ଯ୍ୟନ୍ତ ଏହାର ସମ୍ପ୍ରସାରଣ କରିବାକୁ ସାଧାରଣରେ ଦାବି ହେଉଛି। ସୂଚନା ଅନୁଯାୟୀ ଗତ ୨୦୧୩ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇ ୩୨ ଟି ବସ୍ କିଣା ଯାଇଥିଲା। ସେତେବେଳେ ପ୍ରତି ବସକୁ ୧୮.୬୮ ଲକ୍ଷ ଟଙ୍କା ଦେଇ କିଣା ଯାଇଥିଲା। ଏହାକୁ ପିପିପି ମୋଡରେ ଜନତାଙ୍କୁ ସିଟି ବସ୍ ସେବା ଯୋଗାଇ ଦେବା ନିମନ୍ତେ ଯୋଜନା କରାଗଲା।

କିନ୍ତୁ କୌଣସି ପ୍ରାଇଭେଟ୍ ସଂସ୍ଥା ଏଥିରେ ଭାଗିଦାରୀ ନହେବାରୁ ୨୦୧୪ ଫେବୃଆରୀ ୨୬ ରେ ଗଞ୍ଜାମ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ ନାମରେ ଏକ ସର୍ଭିସ ସଂସ୍ଥା ଆରମ୍ଭ କରାଯିବ ସହ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ଓ ହିଞ୍ଜିଳିକାଟୁ ମଧ୍ୟରେ ସିଟି ବସ୍ ଚଳାଚଳ ପାଇଁ ଯୋଜନା କରିବା ସହ ବସ୍ ସେବା ଆରମ୍ଭ କରାଯାଇଥିଲା। ଏବଂ ଏହାକୁ ଓଏସଆରଟିସିକୁ ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ଯୋଗୁଁ ଓଏସଆର‌ଟିସିକୁ କ୍ଷତି ସହିବାକୁ ପଡ଼ିଥିଲା। ଯାହାଫଳରେ ଗତ ଅକ୍ଟୋବର ୧ ,୨୦୧୫ ରୁ ଏକ ପ୍ରାଇଭେଟ୍ ସଂସ୍ଥା ଅନିଲ ବସ୍ ସର୍ଭିସକୁ ଦୈନିକ ଅତି କମ୍ ଟଙ୍କାରେ ପ୍ରାୟ ୨୦୨୦ ପର୍ଯ୍ୟନ୍ତ ଲିଜ ସୁତ୍ରରେ ଦିଆଯାଇଥିଲା। ଏବେ ଆଉ ଜଣେ ଏହି ବସ୍ ଗୁଡ଼ିକର ଲିଜ ନେବା ସହ ଗୋପାଳପୁର ସମେତ ଅନ୍ୟାନ୍ୟ ସ୍ଥାନକୁ ଗାଡ଼ି ଚଳାଉଛନ୍ତି। କିନ୍ତୁ ୨୦୧୪ ରେ ବସ ଚଳାଚଳ ନିମନ୍ତେ ଯେଉଁ ସମୟ ନିର୍ଘଣ୍ଟ କରାଯାଇଥିଲା ତାହା ଆଜି ମଧ୍ୟ ବଳବତ୍ତର ରହିଛି। ଯାହାଫଳରେ ଗୋପାଳପୁରକୁ ଯାଆସ କରୁଥିବା ବସ୍ ଗୁଡ଼ିକ ରାତି ୮ ଟା ପରେ ଆଉ ଯାଆସ କରୁନଥିବାରୁ ସାଧାରଣ ଲୋକ ସମେତ ପର୍ଯ୍ୟଟକ ମାନେ ହଇରାଣ ହେବା ଘରକୁ ଫେରିବା ପାଇଁ ଅଟୋରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ବ୍ରହ୍ମପୁରରୁ କରାପଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଏହି ବସକୁ ଗୋପାଳପୁର ପର୍ଯ୍ୟନ୍ତ ରାତି ୮ ଟା ପରେ ଚଳାଚଳ କରାଯାଇଥିଲେ , ଗୋପାଳପୁରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସହ ସ୍ଥାନୀୟ ଜନସାଧାରଣ ମଧ୍ୟ ଲାଭବାନ ହୋଇ ପାରିବେ ବୋଲି ମତପୋଷଣ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories