www.samajalive.in
Saturday, December 6, 2025
19.1 C
Bhubaneswar

୩୧ ଡିସେମ୍ବର, ୧୯୩୩ ପୁରୁଣା ଦିନରେ ସମାଜରେ ପ୍ରକାଶିତ ଖବର

ଭୀଷଣ ଖୁନ୍‌
ମୟୂରଭଞ୍ଜ,ବାରିପଦା ୩୦।୧୨।୩୩:ଆଜି ବାରିପଦା ଥାନାକୁ ୮୪ ନମ୍ବର ଫରେଷ୍ଟ ଗାର୍ଡ ମଧୁସୂଦନ ବାରିକ ଦୁଇଗୋଟି ମନୁଷ୍ୟ ମୁଣ୍ଡ ନେଇ ଆସି ହାଜର ହୋଇ ଥାନାରେ ଦାଏର କରିଛି। କେତେକ ଲୋକ ମିଳି ଗଜପିତୁଳା ବିକ୍ରୟ କରିବାକୁ ନେଉଥିଲେ। ଗାଡ୍ ଯାଇ ସେମାନଙ୍କୁ ଧରିବା ଉଦ୍ୟମ କରିବାରେ ଗାଡ୍‌କୁ ଜୀବନରେ ମାରିଦେବାର ଉଦ୍ୟମ କଲେ। ସେଠାରୁ ଗାଡ୍ ଜୀବନରକ୍ଷା ନିମନ୍ତେ ନିଜ ହାତରେ ଥିବା ଟାଙ୍ଗି ଚଳାଇ ଦୁଇଜଣଙ୍କ ମୁଣ୍ଡ କାଟି ନେଇ ଆସି ଥାନାରେ ହାଜର୍ ହେଲା। ବର୍ତ୍ତମାନ କେସ୍‌ ଥାନା ଅଫିସର୍ ଇନ୍‌କୁଆରି କରୁଛନ୍ତି।

କଟକରେ ମହାତ୍ମା
ଜିଲାର ନାନା ସ୍ଥାନ ଗସ୍ତ କରିବେ
କଟକ, ୩୧।୧୨।୩୩:ମହାତ୍ମା ଗାନ୍ଧୀ ଫେବୃୟାରୀ ୧୯ତାରିଖ ଠାରୁ ଓଡ଼ିଶାରେ ଆସି ପ୍ରବେଶ କରିବେ। ୨୨ତାରିଖ ସନ୍ଧ୍ୟାରେ ଗାନ୍ଧିଜୀ ପୁରୀରୁ ଡାକ ଗାଡ଼ିରେ ବାହାରି ୧୦ଟା ୫୦ମିନିଟ୍‌ରେ ଯାଜପୁର ରୋଡ୍ ଷ୍ଟେସନ୍‌ରେ ପହଞ୍ଚିବେ। ସେଠା ଡାକବଙ୍ଗଳାରେ ସେଦିନ ରାତିରେ ରହଣି ହେବ। ୨୩ତାରିଖ ସକାଳ ୭ଟା ବେଳେ ଷ୍ଟେସନ୍‌ଠାରୁ ମଟରରେ ଯାଜପୁର ସହରକୁ ଯିବେ। ସହର​‌େ​‌ର ୧୦ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟା ରହିବେ। ଏଥିଭିତରେ ସଭା ସମିତି ସବୁ ହେବ।

- Advertisement -

ବାଘ ଶିକାର
ବାଣପୁର, ୩୦।୧୨।୩୩:ଗତ କେତେଦିନ ହେଲା, ସୁନାଖଳା ଚକଡ଼ାରେ ଗୋଟାଏ ବାଘ ମାତି ଅନେକ ଗୋରୁ,ମଣିଷ ନଷ୍ଟ କରୁଥିଲା। ବିଚିତ୍ରାନନ୍ଦ ଚମ୍ପତି ଗଲା ୨୬ ତାରିଖ ଦିନ ସେ ବାଘକୁ ମାରିଦେଇଛନ୍ତି। ଏହା ପୂର୍ବରୁ ସେ ଏହିପରି ଆଉ ୨।୩ଟି ବାଘ ଶିକାର କରିଥିଲେ। ଏହା କରିବା ଦ୍ବାରା ଏ ଅଞ୍ଚଳରେ ଲୋକଙ୍କ ବହୁତ ଉପକାର ହୋଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories