ଫୁଲବାଣୀ: ବର୍ଷ ୨୦୨୩କୁ ଆନ୍ତର୍ଜାତିକ ମିଲେଟ ବର୍ଷ ହିସାବରେ ଗ୍ରହଣ କରାଯାଇ ମାଣ୍ଡିଆ ଜାତୀୟ ଶସ୍ୟର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୂବନେଶ୍ବର ଆଇଆଇଏଚଏମ ଆନୁକୂଲ୍ୟରେ ଏକ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଛି। କନ୍ଧମାଳର ଯୁବକ ସନ୍ଦୀପ ସାମୁଏଲ ନାୟକ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ମିଲେଟ ସେଫ୍ ପୁରସ୍କାର ପାଇରିଛନ୍ତି। ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଜାତୀୟ ସ୍ତରର ରୋଷେଇ ବିଶାରଦ ମାନେ ବିଚାରକ ଭାବେ ଯୋଗ ଦେଇଥିଲେ। କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପର୍ୟ୍ୟଟନ ସଚିବ ଧୀରେନ୍ଦ୍ର ନାଥ ପାଢୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପର୍ୟ୍ୟଟନ ବିଭାଗ ପ୍ରମୂଖ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓ ବିଶ୍ବ ଦକ୍ଷତା କେନ୍ଦ୍ରର ମୂଖ୍ୟ କାର୍ୟ୍ୟ ନିର୍ବାହୀ ଅଳକା ଅରୋରା ମିଶ୍ର ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଫୁଲବାଣୀ ଅମଲାପଡା ନିବାସୀ ସ୍ମୃତି ରଞ୍ଜନ ନାୟକ ଓ ଝୁମୁକା ନାୟକଙ୍କ ପୁଅ ସନ୍ଦୀପ ଏବେ ବଲାଙ୍ଗୀର ଆଇଆଇଏଚଏମର ଶେଷ ବର୍ଷର ଛାତ୍ର ଅଟନ୍ତି।
Popular Categories



