କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ରାମ ନବମୀ ଛୁଟି ଦିବସରେ କଂଟାବାଂଜି ଗସ୍ତରେ ଆସି ପ୍ରଥମେ କଂଟାବାଂଜିର ରେଡିଓ ସନ୍ଦେସକୁ ଉଦ୍ଘାଟନ କରିଥିବା ବେଳେ ଅପରାହ୍ନରେ ଉତ୍କଳ ବାଳାଶ୍ରମ ପରିଦର୍ଶନ କରି ଅନ୍ତେବାସୀ ଶିଶୁମାନଙ୍କ ସହ ସମୟ ବିତାଇଲେ। ଜିଲ୍ଲାପାଳ ବାଳାଶ୍ରମର ଶ୍ରେଣୀଗୃହ, ଶିଶୁମାନେ ବ୍ୟବହାର କରୁଥିବା ଗାଧୁଆ ଘର ପାଇଖାନା, ରୋଷେଇ ଘର ସହ ଶୋଇବା କକ୍ଷ ବୁଲି ଦେଖିବା ସହ, ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଜିଲ୍ଲାପାଳଙ୍କ ସହ କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲ ବେହେରା, ଏନ. ଏ.ସି. କାର୍ୟ୍ୟ ନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀସିଂ, ଜିଲ୍ଲା ବାଳାଶ୍ରମ ସୁରକ୍ଷା ଇନଚାର୍ଜ ଚୂଡ଼ାମଣି ପଣ୍ଡା ପ୍ରମୁଖ ଜିଲ୍ଲାପାଳ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ।
Popular Categories



