www.samajalive.in
Sunday, December 14, 2025
26.1 C
Bhubaneswar

ଧାମରାରେ ନାବାଳିକା ଆଦିବାସୀ ଝିଅକୁ ଦୁଷ୍କର୍ମ ଉଦ୍ୟମ, ୨ ଯୁବକ ଥାନାରେ ଅଟକ

ଧାମରା: ମୟୁରଭଞ ଜିଲ୍ଲାରୁ ଆସି ପେଟ ପାଇ ନିଜକୁ ଶ୍ରମିକ ସଜାଇ ଅନ୍ୟ ଲୋକଙ୍କର ଘର କାମ କରୁଥିବା ଆଦିବାସୀ ନାବାଳିକା ଝିଅ ବଳତ୍କାର ର ଶିକାର ହୋଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବସଷ୍ଟାଣ୍ଡ ନିକଟରେ ନିର୍ମାଣଧୀନ ଏକ ଘର ମଧ୍ୟରେ ନାବାଳିକା ଆଦିବାସୀ ଝିଅ ଏବଂ ତାର ସାନ ଭାଇ ଶୋଇଥିବା ସମୟରେ ଏବଂ ସଂପୃକ୍ତ ନାବାଳିକାର ପିତାମାତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଜାଗୁଳା ପଂଚାୟତର ୩ଜଣ ଟ୍ରାକ୍ଟର ଚାଳକ ଯୁବତୀଙ୍କ ଘରେ ପଶି ଜୋର ଜବରଦସ୍ତ ତାର ପିନ୍ଧିଥିବା ସାର୍ଟକୁ ଚିରି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ସଂପୃକ୍ତ ଯୁବତୀର କାନ୍ଦ ଶୁଣି ସାନଭାଇ ଉଠି ପଡ଼ି ପାଟି କରି ସ୍ଥାନୀୟ ଲୋକଙ୍କୁ ଡାକିବାରୁ ସଂପୃକ୍ତ ଯୁବକ ମାନେ ସେହି ସ୍ଥାନ ଛାଡି ପଳାଇ ଯାଇଥିଲେ। ପିଡୀତାଙ୍କ ବାପା ଭଦ୍ରକରୁ ଆସି ଧାମରା ସାମୁଦ୍ରିକ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପତ୍ରରେ ସେ ଜାଗୁଳା ପଂଚାୟତର ଶମ୍ଭୁ ଗିରି, ଅଜୁ ଦାସ ଏବଂ ଶିବା ବିଶ୍ୱାସ ନାମରେ ୩ଜଣ ଯୁବକ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଉଲ୍ଲେଖ କରିଛନ୍ତି। ଏ ନେଇ ଧାମରା ସାମୁଦ୍ରିକ ଥାନାରେ ୯/୨୩ ରେ ଏକ କେସ ରୁଜୁ କରାଯାଇଛି। ଲିଖିତ ଅଭିଯୋଗ ପରେ ଧାମରା ଥାନାଧିକାରୀ ତୁଶୀଲ ମାଝିଙ୍କ ନିର୍ଦେଶ କ୍ରମେ ଧାମରା ସାମୁଦ୍ରିକ ଥାନାରଷ୍ଟାଫ ମାନେ ଯାଇ ଅଭିଯୁକ୍ତଙ୍କ ଘର ଉପରେ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ୩ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଶମ୍ଭୁ ଗିରି, ଶିବ ବିଶ୍ୱାସଙ୍କୁ ସେମାନଙ୍କ ଘର ମଧ୍ୟରୁ ଉଠାଇ ଆଣିବାରେ ପୁଲିସ ସଫଳ ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅନ୍ୟ ଜଣେ ଅଭିଯୁକ୍ତ ଅଜୁ ଦାସ ଫେରାର ହୋଇ ଯାଇଥିଲେ। ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଆଣି ଧାମରା ଥାନାରେ ଅଟକ ରଖାଯାଇଥିବା ବେଳେ ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଂପୃକ୍ତ ଥାନାଧିକାରୀ ଗଣମାଧ୍ୟମକୁ ସୁଚନା ଦେଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories