ରେଙ୍ଗାଲିକ୍ୟାମ୍ପ: ଅତାବିରା ପୁଲିସ ହାତରୁ ଖସିଯାଇଥିବା ୨ ଜଣ ଆସାମୀଙ୍କୁ ଆଜି ପୁଲିସ ଗିରଫ କରିବାରେ ସଫଳ ହୋଇଛି।ଅତାବିରା ଥାନାରେ ଗତ ୨୦୨୨ ୧୧ ସେପ୍ଟେମ୍ବରରେ ଗଙ୍ଗାଧର ମେହେର ଜଳ ପ୍ରକଳ୍ପର ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଲୋକେସ ରଞ୍ଜନ ପତି କମ୍ପାନୀର ୪୬ ଗୋଟି ବିଦ୍ୟୁତ ଖୁଣ୍ଟ ଚୋରି ହୋଇଥିବାର ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି ପୁଲିସର ଅନୁସନ୍ଧାନ ପରେ ୪ ଜଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ କଟା ବିଦ୍ୟୁତ ଖୁଣ୍ଟ, ୩ ଗୋଟି ଟାଟା ଏସି ପିକଅପ ଜବତ କରିଥିଲାା। କିନ୍ତୁୁ ୨ ଜଣ ଫେରାର ଥିଲେ। ଉଭୟ ଆସାମୀକୁ ଗିରଫ କରିବା ପାଇଁ ଥାନା ଅଧିକାରୀ ଅନୀଲ ପ୍ରଧାନଙ୍କ ତତ୍ତ୍ୱାବଧାନରେ ତଦନ୍ତ ଜାରି ରହିଥିଲା। ଏହି ତଦନ୍ତ କ୍ରମେ ଆସାମୀ ଇରଫାନ ଅଲ୍ଲୀ (୩୧) ଓ ପ୍ରଫୁଲ୍ଲ ଭୁଏ (୪୮)କୁ ଗିରଫ କରି ଆଜିି କୋର୍ଟ ଚାଲାଣ କରାଯାଇଛି। ସେେମାନେ ବ୍ୟବହୃତ କରୁଥିବା ଟ୍ରକକୁ ଜବତ କରାଯାଇଛି। ଆସାମୀ ଦ୍ବୟ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନାର ଗୋଶାଳା ଓ ସିକିରଡ଼ିର ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।
Popular Categories



