ଆରଡି: ବାଲେଶ୍ଵର ଫକୀରମୋହନ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ରାଜ୍ୟ କଂଗ୍ରେସ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବା ପାଇଁ ଗୁରୁବାର ସକାଳ ୬ଟାରୁ ଆରଡି ସମେତ ସୁନ୍ଦରପୁର, ଓଳଗ, ନାନ୍ଦପୁର ଆଦି ଅଞ୍ଚଳରେ କଂଗ୍ରେସ କର୍ମିମାନେ ପିକେଟିଙ୍ଗ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ଦୋକାନ ବଜାର ବନ୍ଦ କରିବାକୁ ସାଧାରଣ ଲୋକଙ୍କୁ ଜଣାଇଥିଲେ। ଯାହାର ପ୍ରଭାବରେ ଆରଡିପୀଠ ସମେତ ଓଳଗମଠ, ଦୋହରା ପାଟଣା, ସୁନ୍ଦରପୁର ଵଜାର ଵନ୍ଦ ରହିବା ସହ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସମସ୍ତ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ବନ୍ଦ ରହିଥିଲା। ଅନ୍ୟପଟେ ଆରଡି ପୀଠକୁ ମଧ୍ୟ ସମସ୍ତ ବସ ସେବା ବନ୍ଦ ରହିଥିଲା।
Popular Categories



