www.samajalive.in
Thursday, December 11, 2025
23.1 C
Bhubaneswar

ମୁଖ୍ୟ ରାସ୍ତାରେ ସନ୍ଧ୍ୟା ବୁଲା ଗାଈଗୋରୁଙ୍କ ଉପଦ୍ରଵ

ଗଞ୍ଜାମ: ଗଞ୍ଜାମ ସହରର ମୁଖ୍ୟ ରାସ୍ତାରେ ପ୍ରତ୍ୟେକ ଦିନବେଳା ଓ ସନ୍ଧ୍ୟାରେ ବୁଲା ଗାଈଗୋରୁଙ୍କ ଉପଦ୍ରଵ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି। ଗୁରବାର ଦିନ ଦିନ ଦଶଟା ସମୟରେ ତ୍ରିବେଣୀ ମଠ ଛକ ଓ ବଜାରରେ ପଲ ପଲ ଗାଇଗୋରୁଙ୍କୁ ସହରର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି। ଯାହା ଫଳରେ ସାଧାରଣ ଲୋକ ମାନେ ଯାତାୟାତ ବେଳେ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ଅସୁବିଧା ପାଇଁ ବିଭିନ୍ନ ସମୟରେ ଛୋଟ ବଡ଼ ଦୃଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି।

ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ବିଜ୍ଞପିତ ଅଂଚଳର କାଉଁନସିଲ ବୈଠକରେ ଜୋରିମାନା ନିଷ୍ପତି ହୋଇ ଗାଇ ଗୋରୁ ଧରା ହୋଇ କଲ୍ୟାଣପୁର ଯୋଡିରେ ରଖାଯିବ ଏବଂ ଗାଇ ରଖିଥିବା ମାଲିକଙ୍କ ଠାରୁ ଏକ ହଜାର ଜୋରିମାନା ପାଇଁ ସ୍ଥିର ହୋଇଥିଲା। ତାହା କେବଳ କାଗଜ କଲମର ଲେଖା ମଧ୍ୟରେ ସୀମିତ ରହିଛି। ଫଳରେ ବର୍ତମାନ ଦିନବେଳା ଓ ବିଶେଷ କରି ସନ୍ଧ୍ୟା ସମୟରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories