www.samajalive.in
Saturday, December 6, 2025
26.1 C
Bhubaneswar

ଗଛ ଲଗାଅ ଗୋଟିଏ, ଜୀବନ ବଞ୍ଚାଅ କୋଟିଏ 

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀ ତରଫରୁ ବନମହୋତ୍ସବ ରେଙ୍ଗାଲିପାଲି ଖେଳ ପଡିଆ ନିକଟରେ ଅନୁଷ୍ଠିତ ହୋଇଯାଇଛି। ‘ମାଙ୍କ ନାମରେ ଗଛଟିଏ ୨.୦’ କାର୍ଯ୍ୟକ୍ରମରେ ଅତାବିରା ବନବିଭାଗ ଦାୟିତ୍ୱରେ ଥିବା ବନପାଳ ଉସେଶ୍ୱରି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମାଜିକ ବନୀକରଣ ଉପରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ବନପାଳ ଶ୍ରୀ ଲୋକେଶ୍ୱର୍ ଭୋଇ ,ଗଛର ଉପାଦେୟତା ସମ୍ପର୍କରେ ଛାତ୍ର ଛାତ୍ରୀମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିଥିଲେ।

ଅଧ୍ୟକ୍ଷ ବବୃବାହାନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୃଷି ବିଭାଗୀୟ ମୁଖ୍ୟ ହେମାନନ୍ଦ ଭୋଇ, ସଭାପତି ଶେଷଦେବ ନାଏକ, ଉପ ସଭାପତି ଅରୁଣ କୁମାର ହୋତା, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ବୃକ୍ଷର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଗିରିଜା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ବିଭାଗୀୟ ମୁଖ୍ୟ ରତନ ଦୀପ ‘ଗଛ ଲଗାଇବା କାହିଁକି’ ଶୀର୍ଷକରେ ଆଲୋଚନା କରିଥିଲେ। ଶେଷରେ ଉପାଧ୍ୟକ୍ଷ ଯତୀନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories