www.samajalive.in
Monday, December 8, 2025
27.1 C
Bhubaneswar

ଡ୍ରେନ ଉପରେ କରିଥିବା ଘର ଉଛେଦ କେବେ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ୍ରେନ ଉପରେ କରିଥିବା ଘର ଉଛେଦ କେବେ। କଲ୍ୟାଣସିଂହପୁର ଠାରୁ ରାୟଗଡା ପର୍ଯ୍ୟନ୍ତ ୪୫ନମ୍ବର ରାଜ୍ୟରାଜ ପଥ ନିର୍ମାଣ କରାଯାଇଛି। କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ। ଡ୍ରେନ ଉପରେ କିଛି ଲୋକ ମାନେ ଘର ତିଆରି କରି ଦୋକାନ ଖୋଲିଥିବା ଓ ମୁଖ୍ୟ ରାସ୍ତା ଉପରେ ଉଠା ଦୋକାନୀ ମାନେ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିବା ସହ ଉକ୍ତ ଖବର ବାରମ୍ବାର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ପିଡବ୍ଲୁଡି ଅଧିକାରୀଙ୍କ ନିର୍ଦ୍ଦେଶରେ କନିଷ୍ଠ ଯନ୍ତ୍ରୀ ରାଜୀବ ବେହେରା ସମେତ ତହସିଲଦାର ରଞ୍ଜନକୁମାର ମାନସେଠ, ଥାନା ଅଧିକାରୀ ନୀଳକଣ୍ଠ ବେହେରା, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହି ସଦର ହନୁମାନ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ ଡ୍ରେନର କିଛି ଦୂରରେ ରଖିବା ପାଇଁ କହି ଚିହ୍ନଟ ଦେଇଥିଲେ।

ଚିହ୍ନଟ କରିଥିବା ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭଙ୍ଗାବା ପାଇଁ ପ୍ରଶାସନ କହିଥିଲେ। ଉଠାଦୋକାନୀ ମାନେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ରାୟଗଡା ଜନଜାତି ଗ୍ରାମୀଣ ହାଟ ଠାରେ ଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରଶାସନର କଥାକୁ ବେଖାତିର କରି ବ୍ୟବସାୟୀ ମାନେ ରାସ୍ତା ଉପରେ ପସରା ମେଲେଇ ବସିଛନ୍ତି। ଯାହାଫଳରେ ଗାଈଗୋରୁ ଓ କୁକୁର ରାସ୍ତା ଉପରେ ଆଡା ଜମାଇଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ରାସ୍ତା ଚିହ୍ନଟ କରି ପ୍ରାୟ ୪୦ ଦିନ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ହାତବାନ୍ଧି ବସିଛନ୍ତି। କାହାର ଚାପର ପ୍ରଭାବ ନା ପ୍ରଶାସନ ଓ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ଅଟକି ରହିଛିକି ବୋଲି ବୁଦ୍ଧିଜୀବୀ ମହଲରେ ଜୋର ଚର୍ଚ୍ଚା ଧରିଛି। ଏହାର ତୁରନ୍ତ ପଦକ୍ଷପ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories