www.samajalive.in
Saturday, December 13, 2025
21.1 C
Bhubaneswar

ଧାନକଟା ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୨ ଆହତ

ରେଙ୍ଗାଲିକ୍ୟାମ୍ପ: ଲାଦରପାଲି ରାମଚଣ୍ଡୀ ମନ୍ଦିର ପାଖ ଜାତୀୟ ରାଜପଥ ୫୩ କଡରେ ଛିଡ଼ା ହୋଇଥିବା ଏକ ଧାନକଟା ବୋଝେଇ ଟ୍ରକକୁ ସମାନ ଦିଗରେ ପଛରେ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ ଧକ୍କା ମାରି ଡିଭାଇଡର ଉପରକୁ ଚଢି ଯାଇଥିଲେ। ଫଳରେ ଧାନ କଟା ଯନ୍ତ୍ର ବୋଝେଇ ଟ୍ରକରେ ଥିବା ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏହା ସହ ବୋଝେଇ ହୋଇଥିବା ଧାନ କଟା ଯନ୍ତ୍ରଟି ମଧ୍ୟ ଚୁରମାର ହୋଇଯାଇଛି।

ଖବରପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଦ୍ୱୟକୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଆହତ ମାନେ ହେଲେ ଭୁବ ସିଂ ରାବତ (୪୮) ହରିୟାଣା ଓ ମନୋଜ ବେନିବାଲ (୨୫) ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଫସଲ ଅମଳ ସମୟରେ ଏମାନେ ଆସି ବରହାଗୁଡ଼ା ଆନ୍ଧ୍ର ପଡ଼ା ଯେ ପି ରାମାୟା ପଟ୍ଟାଙ୍କ ଘରେ ରହି ଧାନ କଟା ଯନ୍ତ୍ର ଚଳାଇ ଥାଆନ୍ତି। ଗୋଡ଼ ଭଗାରୁ ଜଣେ କୃଷକର ଧାନ କାଟି ବରହାଗୁଡ଼ା ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories