ମାତୃପୁରୀରେ ବିଶ୍ଵ କର୍କଟ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୁରୀ ଠାରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। କର୍କଟ ରୋଗର କାରଣ ଓ ନିରାକରଣ ଉପରେ ଶିକ୍ଷକ ଆଦିତ୍ୟ ମିଶ୍ର, ରତନ ଦୀପ, ରାମଚନ୍ଦ୍ର ପ୍ରଧାନ, ସୁଦୀପ୍ତ ସାହୁ, ଯୁଗଳ ସାହୁ, ମୋନାଲିସା ବିଶ୍ଵାଳ, ସୁନୀଲ ଖମାରୀ ପ୍ରମୁଖ ଆଲୋଚନା କରିଥିଲେ। ଲୋକମାନଙ୍କୁ ସଚେତନ କରିବା ପାଇଁ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସଭାପତି ଶେଷଦେବ ନାଏକ, କୋଷାଧ୍ୟକ୍ଷ ଜୟ ପ୍ରକାଶ ଅଗ୍ରୱାଲ, ଗିରିଜା ସାହୁ, ମିନତୀ ଦାଶ, ନିରଞ୍ଜନ ପସାୟେତ, ହେମବନ୍ତ ପ୍ରଧାନ, ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.