www.samajalive.in
Saturday, December 6, 2025
26.1 C
Bhubaneswar

ମିଳୁନି ନିୟମିତ ଦରମା, ସମସ୍ୟାରେ କନିଷ୍ଠ ଶିକ୍ଷକ

କଣ୍ଟାବାଞ୍ଜି: ତୁରେକେଲା ଶିକ୍ଷା ଜିଲ୍ଲାର ନବ ନିଯୁକ୍ତ କନିଷ୍ଟ ପ୍ରାଥମିକ ଶିକ୍ଷକ (ଜେଟିଏସ) ଶିକ୍ଷକମାନଙ୍କୁ ପ୍ରାୟ ୪ ମାସ ହେଲା ବେତନ ମିଳିନାହିଁ। ସୂଚନା ଅନୁସାରେ, ୨୦୨୪ ଅକ୍ଟୋବର ୬ରେ ନିଯୁକ୍ତି ପାଇଥିବା ୧୬୦୦୯ କନିଷ୍ଠ ପ୍ରାଥମିକ ଶିକ୍ଷକମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନିଯୁକ୍ତି ପାଇ କର୍ତ୍ତବ୍ୟ ସମ୍ପାଦନ କରି ଆସୁଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ପ୍ରାୟ ୯୮ ଜଣ ନବ ନିଯୁକ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ଚାରି ମାସର ସେବା ଶେଷ ହେବାକୁ ଯାଉଛି। ସେମାନଙ୍କୁ ଚାରି ମାସ ହେବ ବେତନ ମଧ୍ୟ ମିଳିନାହିଁ।

ବଲାଙ୍ଗୀର ଜିଲ୍ଲାର ଅଗଲପୁର ଏବଂ ସଇତଲା ବ୍ଲକର ପ୍ରାଥମିକ ଶିକ୍ଷକମାନେ ୩ ମାସର ବେତନ ପାଇଥିବା ବେଳେ ଅନ୍ୟାନ୍ୟ ବ୍ଲକର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରେକେଲା ବ୍ଲକର କନିଷ୍ଠ ଶିକ୍ଷକ ସଂଘ ସଭାପତି ସୁନିଲ ସେଠଙ୍କ ନେତୃତ୍ୱରେ ବ୍ଲକ୍ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଡିହାରୀଙ୍କୁ ଗତ ଜାନୁଆରି ୨୯ରେ ଦାବି ପତ୍ର ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଦରମା ପାଇନଥିବା ଜଣାପଡିଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories