କେନ୍ଦୁଝରଗଡ଼଼: ନିଖିଳ ଓଡ଼ିଶା ଲେଡି ମେଟ୍ରୋନ ମହାସଂଘ କେନ୍ଦୁଝର ଜିଲା ଶାଖା ପକ୍ଷରୁ ଶନିବାର ମଣ୍ଡୁଆସ୍ଥିତ ଯାନ୍ତ୍ରିକ ଭବନ ସଭାଗୃହରେ ଏକ ଜରୁରୀ ସାଧାରଣ ସଭା ଝରଣା ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ, କେନ୍ଦୁଝର ଜିଲା ଶାଖା ସଭାପତି ହରେକୃଷ୍ଣ ବେଜ ଓ ସମ୍ପାଦକ ପବିତ୍ର ପାତ୍ର ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସଂଘର ପ୍ରମୁଖ କର୍ମକର୍ତ୍ତାଗଣ ଉପସ୍ଥିତ ରହି ନିଜ ନିଜର ମତରଖିବା ସହିତ ସଂଘର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଂଘର ସଭାନେତ୍ରୀ ବାସନ୍ତୀ ସୋରେନଙ୍କ ଅକାଳ ବିୟୋଗ ସମ୍ପର୍କରେ ସମ୍ପାଦିକା ପୁଷ୍ପଲତା ମହାନ୍ତ ଉପସ୍ଥିତ ମେଟ୍ରୋନମାନଙ୍କୁ ଅବଗତ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ପାଦିକା ଶ୍ରୀମତୀ ମହାନ୍ତ ମେଟ୍ରୋନ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିି ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନା କରାଯାଉଥିବା ବେଳେ ରାଜ୍ୟ ସରକାର ମେଟ୍ରୋନମାନଙ୍କୁ ସ୍ଥାୟୀ ନିଯୁକ୍ତି କରୁନାହାନ୍ତି। ବର୍ତ୍ତମାନ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ବିଭିନ୍ନ ଜିଲାର ହଷ୍ଟେଲ ମାନଙ୍କରେ ୨୪ଘଣ୍ଟା କାର୍ଯ୍ୟରତ ଲେଡି ମେଟ୍ରୋନ ମାନଙ୍କ ଦୁଃଖ ବୁଝନ୍ତୁ ଏବଂ ସେମାନଙ୍କ ଚାକିରୀ ସର୍ତ୍ତାବଳୀ ପ୍ରସ୍ତୁତ କରି ସମସ୍ତଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସଂଘ କିପରି ତାର ସାଙ୍ଗଠନିକ ସ୍ଥିତି ମଜଭୁତ ରଖିବ ଏବଂ ମେଟ୍ରୋନମାନଙ୍କ ବିଭିନ୍ନ ସମସ୍ୟା କିପରି ସମାଧାନ କରାଯିବ ସେଥିପାଇଁ ଆମକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ଶ୍ରୀମତୀ ମହାନ୍ତ ଆହ୍ୱାନ ଦେଇଥିଲେ। କେନ୍ଦୁଝର ଜିଲା ଶାଖା ସାଙ୍ଗଠନିକ ସମସ୍ୟାକୁ ଦୃଷ୍ଟିରେ ରଖି ସଂଘକୁ ମଜଭୁତ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ କମିଟି ପ୍ରସ୍ତାବ ଅନୁଯାୟୀ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଘୋଷଣା କରାଯାଇଥିଲା। ସମନ୍ୱୟ ସମିତି ଜିଲା ଶାଖା ସଭାପତି ହରେକୃଷ୍ଣ ବେଜ ମୁଖ୍ୟଉପଦେଷ୍ଟା, ଝରଣା ମହାନ୍ତ ଓ ପବିତ୍ର ପାତ୍ର ଉପଦେଷ୍ଟା, ଯଶୋବନ୍ତୀ ମହାନ୍ତ ସଭାପତି, ଭୁଲତା ପାତ୍ର କାର୍ଯ୍ୟକାରୀ ସଭାପତି, ଗୀତାରାଣୀ ମହାନ୍ତ ଉପସଭାପତି, ପୁଷ୍ପଲତା ମହାନ୍ତ ସମ୍ପାଦିକା, ମନୋରମା ମହାନ୍ତ ସହସମ୍ପାଦିକା, ସଦର ମହକୁମା ସମ୍ପାଦିକା ଭାରତୀ ମହାନ୍ତ, ସଙ୍ଗଠନ ସମ୍ପାଦକ ଭବାନୀ ମହାନ୍ତ, କୋଷାଧ୍ୟକ୍ଷ ମାଧବୀଲତା ମହାନ୍ତ, ସମୀକ୍ଷକ ତପସ୍ୱିନୀ ସେଠୀ, ପରିଚାଳନା ପରିଷଦ ସଦସ୍ୟ ଭାବେ ଦୁତିଲତା ମହାନ୍ତ, ବିଦ୍ୟାବତୀ ବୈଦ୍ୟ, ସବିତା ଲାଗୁରୀ, ଜମୁନା ସାମନ୍ତ ପ୍ରମୁଖ କର୍ମକର୍ତ୍ତା ଭାବେ ଚୟନ ହୋଇଛନ୍ତି। ଅକ୍ଟୋବର ୧୪ ତାରିଖରୁ ଲୋୟର ପିଏମ୍ଜି ଭୁବନେଶ୍ୱର ଠାରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ସହଯୋଗରେ ଧାରଣା ଓ ବିକ୍ଷୋଭ ପ୍ରର୍ଦଶନ କରାଯାଇଥିବା ବେଳେ ବିଭାଗୀୟ ସଚିବଙ୍କ ହସ୍ତକ୍ଷେପ ଯୋଗୁଁଁ ୧୫ ତାରିଖରେ ଧାରଣା ସ୍ଥଗିତ ରଖାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ଦାବି ପୁରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜିର ବୈଠକର ନିଷ୍ପତ୍ତି ଅନୁଯାୟୀ ପୁନର୍ବାର ରାଜ୍ୟ ସରକାରଙ୍କୁ ନିବେଦନ ଲେଡି ମୋଟ୍ରାନ ମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ କରାନଗଲେ ସଂଘ ବାଧ୍ୟହୋଇ ଆସନ୍ତା ୨୪ ତାରିଖରୁ ରାଜ୍ୟ ସମନ୍ୱୟ ସମିତି ସହଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସମ୍ପାଦିକା ଶ୍ରୀମତୀ ମହାନ୍ତ ଜଣାଇଛନ୍ତି।
Popular Categories



