ବିଦ୍ୟାଳୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ
ଡେସ୍କ: କଟକ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ଠାରେ ବିଦ୍ୟାଳୟସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଅତ୍ୟନ୍ତ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସହସମ୍ପାଦକ ଡ଼ଃ ଅନୁସ୍ମିତା ସ୍ୱାଇଁ ଉଦ୍ଘାଟନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଶିକ୍ଷାବିତ୍ ଦୈତ୍ୟାରି ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିନ୍ମୟ କୁମାର ଦାସ ଓ ବରିଷ୍ଠ ଶିକ୍ଷୟିତ୍ରୀ ଆଶାଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହେବାପାଇଁ ଆହ୍ୱାନ ଦେବାସହ ଲୋକ କଲ୍ୟାଣରେ ବିଜ୍ଞାନର ଉପଯୋଗ ନିମନ୍ତେ ପରାମର୍ଶ ଦେଇଥିଲେ। ବିଜ୍ଞାନକୁ ଉପଯୋଗ କରି ଛାତ୍ରଛାତ୍ରୀମାନେ ସୃଷ୍ଟିକୁ ଋଦ୍ଧିମନ୍ତ କରିବା ନିମନ୍ତେ ପ୍ରଧାନଶିକ୍ଷକ ଆହ୍ୱାନ ଦେଇଥିଲେ। ଏହି ପ୍ରଦର୍ଶନୀରେ ମୋଟ ୭୦ଟି ପ୍ରକଳ୍ପ ଭାଗ ନେଇଥିବା ବେଳେ ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ପରିଡ଼ା, ପ୍ରସନ୍ନ ନନ୍ଦ ଓ ଅତିଥି ଶିକ୍ଷକ ଦୋଳଗୋବିନ୍ଦ ସାହୁ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ। ଶିକ୍ଷକ ଶିକ୍ଷିକା ସୌଭାଗ୍ୟ ମଞ୍ଜରୀ ମହାପାତ୍ର, ରାଜକିଶୋର ଚୌଧୁରୀ, ମଦନମୋହନ ବେହେରା, ବୀଣାପାଣି ସାହୁ, ଅଞ୍ଜନା ବୋଷ, ସୌଭାଗ୍ୟବତୀ ନାୟକ, ଭାଗ୍ୟଶ୍ରୀ ନାୟକ, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ସୁଦେଷ୍ଣା ଭୂୟାଁ ଓ ଅତିଥି ଶିକ୍ଷକ ଶିବାନୀ ସାହୁ, ଜୟନ୍ତ ଦାସ ପ୍ରମୁଖ ଷ୍ଟଲ୍ ଓ ପ୍ରଦର୍ଶନୀ ପରିଚାଳନା କରିଥିଲେ। ବିଦ୍ୟାଳୟର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ପୋଷ୍ୟଭାବେ ଗ୍ରହଣ କରି ଛାତ୍ରବୃତ୍ତି ଯୋଗାଉଥିବା ପ୍ରାକ୍ତନ ଛାତ୍ର କିର୍ତ୍ତୀକାନ୍ତ ସ୍ୱାଇଁ ଓ ତବଲା ବାଦନରେ ରାଜ୍ୟସ୍ତରୀୟ କଳାଉତ୍ସବରେ ଭାଗନେଇ ଫେରିଥିବା ଛାତ୍ର ଦେବାଦିତ୍ୟ ପଟ୍ଟନାୟକଙ୍କୁ ବିଦ୍ୟାଳୟ ତରଫରୁ ସ୍ୱତନ୍ତ୍ର ଭାବେ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ପ୍ରାକ୍ତନ ଛାତ୍ର ବାଣୀପ୍ରସାଦ ମିଶ୍ର, ରଶ୍ମିରଞ୍ଜନ ସ୍ୱାଇଁ ଓ ଅବନୀ ଦେବତାଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଅପରାହ୍ଣରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ସମ୍ମାନିତ ଅତିଥିଗଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବରିଷ୍ଠ ବିଭାଗରେ ସ୍ୱାତୀଶ୍ରୀ ପାଣିଗ୍ରାହୀ, ବର୍ଷା ପ୍ରିୟଦର୍ଶନୀ, ସାଗ୍ନିକା ଶତପଥୀ ଏବଂ କନିଷ୍ଠ ବିଭାଗରେ ସୋମେଶ ସିହ୍ନା, ପ୍ରତୀକ ମହାପାତ୍ର ଓ ରାଜସ୍ମିତା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରାକ୍ତନ ଛାତ୍ର କୀର୍ତ୍ତିକାନ୍ତ ସ୍ୱାଇଁ କୃତୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଛଅ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଥିଲେ ଯାହାକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ଉପସଭାପତି ସସ୍ମିତା ପାଣିଗ୍ରାହୀଙ୍କ ସମେତ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ। ବିଦ୍ୟାଳୟ କର୍ମଚାରୀ ରବୀନ୍ଦ୍ର ବେହେରା, ଗଣେଷ ନାୟକ, ସିପ୍ରାରାଣୀ ମହାନ୍ତି, ମମତା ମହାରଣା, ଧନେଶ୍ୱର ନାୟକ ଓ ରାଜୁ ନାୟକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.