www.samajalive.in
Wednesday, December 10, 2025
26.1 C
Bhubaneswar

ସ୍ୱାଧିନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ଓ ଜମ୍ବୁବତୀ ଦେବୀଙ୍କୁ ବିଚାର ମଞ୍ଚର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ମହାନ ସ୍ୱାଧିନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ଓ ତାଙ୍କର ସହଧର୍ମିଣୀ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ମହିଳା ସ୍ୱାଧିନତା ସଂଗ୍ରାମୀ ଜମ୍ବୁବତୀ ଦେବୀଙ୍କୁ ଜୟନ୍ତୀ ଉତ୍ସବ ଅବସରରେ ସ୍ଥାନୀୟ ବାଲିବନ୍ଧା ଠାରେ ସ୍ଥିତ ପ୍ରତିମୂର୍ତ୍ତିରେ ସମ୍ବଲପୁର ବିଚାର ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଆବାହକ ବେଣୁଧର ଦାଶଙ୍କ ନେତୃତ୍ୱରେ ପ୍ରତିମୂର୍ତ୍ତୀ ସମ୍ମୁଖରେ ଦୀପ ଓ ଧୁପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପେଟ, ପରିବାର ଏବଂ ପ୍ରତିପତ୍ତି ପଛରେ ନ ଧାଇଁ ଏହି ସ୍ୱାଧିନତା ସଂଗ୍ରାମୀ ଦମ୍ପତ୍ତି ନିଜର ସୁଖ, ଶାନ୍ତି ଓ ସ୍ୱାର୍ଥକୁ ଦେଶ ମାତୃକା ପାଇଁ ଜଳାଞ୍ଜଳି ଦେଇ ବର୍ଷ ବର୍ଷ ଧରି କାରାବରଣ କରି ଅସୀମ ତ୍ୟାଗର ପରିଚୟ ଦେଇଥିଲେ। ଏହା ସମାଜର ସମସ୍ତ ଶ୍ରେଣୀକୁ ପ୍ରେରିତ କରିଛି ବୋଲି ଆବାହକ ଶ୍ରୀ ଦାଶ ଏହି ଅବସରରେ କହିଥିଲେ। କାର୍ଯ୍ୟକ୍ରମରେ ଅମୂଲ୍ୟ ମିଶ୍ର, ଦୁର୍ଗା ମାଧବ ମିଶ୍ର, ବିରେନ୍ଦ୍ର ରାଏ, ସୁବାଷ ମିଶ୍ର, ଅନ୍ନପୁର୍ଣ୍ଣା ବାରିକ, ଶକୁନ୍ତଳା ମହାପାତ୍ର, ରୁନୁ ପ୍ରଧାନ, ପ୍ରଦୋଷ ମହାନ୍ତି, ସୁବ୍ରତ ପଣ୍ଡା, ମହେଶ ଶର୍ମା, ମହେଶ ସାଇତା, ଦିଲିପ କୁଅଁର, ସୁବାଷ ନନ୍ଦ, ଦିବ୍ୟ ରଞ୍ଜନ ମିଶ୍ର, କିଶୋର ମୁଣ୍ଡା, ମହମ୍ମଦ ଇସାକ, ସୁକେଶ ସିଂ, ସଞ୍ଜୟ ବର୍ମା, ବିନୟ ବହିଦାର, ଦିଲିପ ଗୁରୁଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ଦୁର୍ଗା ମାଧବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories