www.samajalive.in
Wednesday, December 10, 2025
26.1 C
Bhubaneswar

ଉତ୍କଳ ହସ୍ପିଟାଲରେ ଏମଆଇଏସ ଲାଇଫ ସର୍ଜରୀ କର୍ମଶାଳା

ଗୁରୁଡ଼ିଝାଟିଆ: ଭୂବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ଉତ୍କଳ ହସ୍ପିଟାଲରେ ମିନିମାଲି ଇନଭାସିର୍ଫ ସର୍ଜରୀ ଉପରେ ଏକ ଦିନିକିଆ ଲାଇଫ ସର୍ଜରୀ କର୍ମଶାଳା ଅନୁଷ୍ଠିତ ହୋଇଛି। କର୍ମଶାଳାର ଆଭିମୁଖ୍ୟ ସଂପର୍କରେ କର୍ମଶାଳାର ମୁଖ୍ୟ ଚିକିତ୍ସାଳୟର ସ୍ମାୟୁ ବିଭାଗ ନିର୍ଦ୍ଦେଶକ ଡାକ୍ତର ସିଦ୍ଧାର୍ଥ ଶଙ୍କର ସାହୁ କୋଲକତା ଆରଏନକେ ହସ୍ପିଟାଲ ଡାନ୍ତର ଅନିନ୍ଦ୍ୟ ବସୁ, କର୍ମଶାଳା ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଉତ୍କଳ ହସ୍ପିଟାଲ ପରିଚାଳନା ନିର୍ଦ୍ଦେଶକ ଡଃ ପ୍ରଜ୍ଞାନ ରଞ୍ଜନ ଘଡେଇ ଉପସ୍ଥିତ ରହି ଏଭଳି ଶିକ୍ଷଣୀୟ କର୍ମଶାଳା ପାଇଁ ଉତ୍କଳ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ କୁମାର ସାମଲ, ପ୍ରତିଷ୍ଠାତା ସଦସ୍ୟ ଡାକ୍ତର କଲ୍ୟାଣ ରଥ, ଡାକ୍ତର ଅରୁଣ ମହାନ୍ତି ପ୍ରମୁଖଙ୍କ ମହନୀୟ ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ଚିକିତ୍ସାଳୟର ଡିନ୍‌‌ ଏକାଡେମୀକ ଡାକ୍ତର ପ୍ରଫୁଲ କୁମାର ଦାସ, ନିର୍ଦ୍ଦେଶକ ମେଡିକାଲ ସେବା ଡାକ୍ତର ରଞ୍ଜନ କୁମାର ମହାପାତ୍ର ନିୟମିତ ବ୍ୟବଧାନରେ କର୍ମଶାଳାର ଆୟୋଜନ ଉପରେ ଗୁରୁତ୍ୱାରୋପ କରିଥିଲେ। ଡାକ୍ତର ଅରୁଣ ଶେଖର, ଡାକ୍ତର ବି.ଆର ନାୟକ, ଡାକ୍ତର ଗୁରୁଦୀପ ଦାସ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବାହ୍ନ ଓ ଅପରାହ୍ନରେ ପ୍ରତ୍ୟେକ୍ଷ ଅସ୍ତ୍ରୋପଚାର ନିରୀକ୍ଷଣ କରାଯାଇଥିଲା।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories