ସମ୍ବଲପୁର: ସମ୍ବଲପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଅବସରରେ ପଦଯାତ୍ରା ସହିତ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ପ୍ରଜ୍ଞା ପାଣିଗ୍ରାହୀ ସବୁଜ ପତାକା ଦେଖାଇ ପଦଯାତ୍ରା ରାଲିକୁ ଉଦଘାଟନ କରିଥିଲେ। ପଦଯାତ୍ରା ପରେ ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଆଇନ ସଚେତନତା ଶିବିର ଆୟୋଜିତ ହୋଇଥିଲା। ପ୍ରାଧିକରଣର ସଚିବ ସୌମ୍ୟା ପ୍ରଧାନଙ୍କ ଦ୍ୱାରା ପରିଚାଳିତ ଏହି ଶିବିରରେ ଭିଜିଲାନ୍ସ ବିଚାରପତି ଧର୍ନୁଧର ସେନାପତି, ପ୍ରଥମ ଅତିରିକ୍ତ ଜିଲା ଜଜ ଶିବ ପ୍ରସାଦ ମିଶ୍ର, ଦ୍ୱିତୀୟ ଅତିରିକ୍ତ ଜଜ ପ୍ରିୟବ୍ରତ ଦାସ, ପାରିବାରିକ ଜଜ ରିନା ଚୌଧୁରୀ, ସ୍ୱତନ୍ତ୍ର ଅଦାଲତ (ପକ୍ସୋ) ଜଜ ଅଭିଳାଶ ସେନାପତି ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନେ ଯୋଗ ଦେଇ ଆଇନ ସେବା ଦିବସ ଉପରେ ନିଜସ୍ୱ ମତବ୍ୟକ୍ତ କରିଥିଲେ। ଦେଶରେ ନ୍ୟାୟ ଲୋକଙ୍କ ନିକଟରେ କିଭଳି ପହଞ୍ଚି ପାରିବ, ସେହି ଉପରେ ଶିବିରରେ ଆଲୋଚନା କରାଯାଇଥିଲା।
Popular Categories



