ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୋପବନ୍ଧୁ ଜୟନ୍ତୀ ପାଳିତ

କେନ୍ଦୁଝରଗଡ଼଼: ଜେଲରୋଡସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କେନ୍ଦୁଝରଗଡ଼଼ ପକ୍ଷରୁ ବୁଧବାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀକୁ ସେବା ଦିବସ ଭାବେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ସେବା ଦିବସ ସମ୍ବନ୍ଧରେ ଅଭିଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟ ଦିବାପର୍ଯ୍ୟାୟ ପ୍ରମୁଖ ଲମ୍ବୋଦର ମହାନ୍ତ ଓ ଆଚାର୍ଯ୍ୟା ମାନିନୀ ଜେନା ଗୋପବନ୍ଧୁ ଦାସଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହପ୍ରଧାନାଚାର୍ଯ୍ୟ ଦେବାଶିଷ ସାମଲ, ପର୍ଯ୍ୟାୟ ପ୍ରମୁଖ ଜଗନ୍ନାଥ ମହାନ୍ତ, ଦୟାନିଧି ମହାନ୍ତ, ବିଜୟିନୀ ଦେବୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ।

Comments are closed.