ଯକୃତ ଓ କିଡ଼ନୀ ରୋଗରେ କଳାକାରଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଦେଶ ଭଟିଲି ପଞ୍ଚାୟତ ଉଦେପୁର ଗ୍ରାମର ପୁରୁଖା ସଂକୀର୍ତ୍ତନ ଓ ଭାଗବତ ଗାୟକ ବନମାଳୀ ପ୍ରଧାନ (ତୃତୀୟା)ଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଯକୃତ ଓ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ବୁର୍ଲା ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ। ସେ ଅଞ୍ଚଳ ତଥା ବାହାର ଜିଲ୍ଲାଗୁଡ଼ିକରେ ସଙ୍କୀର୍ତ୍ତନ ଗାୟକ ଭାବରେ ବେଶ ଯଶ ଅର୍ଜନ କରିଥିଲେ। ମହାନଦୀରେ ତାଙ୍କ ଶେଷକୃତ୍ୟ କରାଯାଇ ଥିଲା।

Comments are closed.