www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଥମ ଦରମାରୁ ୨୫ ହଜାର ଟଙ୍କା ସହାୟତା ଦେଲେ ବିଧାୟକ

ଛତ୍ରପୁର: ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ମହାନତାକୁ ଆଜି ସବୁ ମହଲରେ ପ୍ରଶଂସା କରାଯାଉଛି। ସେ ନିର୍ବାଚନରେ ବିଜୟୀ ହେବା ପରଠୁ ନିଜ ଦରମାକୁ କିଛି ଅସହାୟ ତଥା ଗରୀବ ଶ୍ରେଣୀର ବ୍ୟକ୍ତିଙ୍କୁ ସହାୟତା କରିବାକୁ ଘୋଷଣା କରିଥିଲେ। ସେ ଆଜି ତାଙ୍କରି ପ୍ରଥମ ଦରମାର ୨୫ ହଜାର ଟଙ୍କା ଜଣେ ରୋଗୀଙ୍କ ଚିକିତ୍ସା ଲାଗି ସହାୟତା କରିଛନ୍ତି। ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ କୁମାରବେଗପଲ୍ଲୀ ସ୍ଥିତ ହନୁମାନ ମନ୍ଦିର ପୂଜକ ଆରତି ପ୍ରସାଦ ପଣ୍ଡା (ଲିଟୁ)ଙ୍କ ଉତ୍ତମ ଚିକିତ୍ସା କ୍ଷେତ୍ରରେ ତାଙ୍କ ପରିବାରକୁ ୨୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଲିଟୁ ପଣ୍ଡା ମସ୍ତିସ୍କ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେ ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କର ଉତ୍ତମ ଚିକିତ୍ସା ଲାଗି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ଏବଂ ତାଙ୍କ ପରିବାରକୁ ବିଧାୟକ ସହାୟତା କରିଛନ୍ତି। ଆଜି ଅପରାହ୍ନରେ ଛତ୍ରପୁର ପାର୍ଟି କାର୍ଯ୍ୟାଳୟ ଠାରେ ବିଜେପି ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ନାୟକ ଓ ପଦ୍ମଚରଣ ସାହୁ, ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀଙ୍କ ଉପସ୍ଥିତରେ ଲିଟୁ ପଣ୍ଡାଙ୍କ ପରିବାରକୁ ୨୫ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଏହିପରି ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories