ବେଦର ପ୍ରଚାର ପ୍ରସାର ସଂପର୍କରେ ଆଲୋଚନା ଚକ୍ର
କଳାପଥର (ବାଙ୍କୀ): ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଦୃଶ୍ୟଶ୍ରାବ ଗୃହଠାରେ ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ବେଦର ପ୍ରଚାର ପ୍ରସାର ଏବଂ ସୁସ୍ଥ ପର୍ଯ୍ୟାବରଣ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ତଥା ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ସଭାପତିତ୍ୱ କରି ବେଦ ସହିତ ପରିବେଶର ସଂପର୍କ ଉପରେ ଆଲୋକପାତ କରିବା ସହିତ ବୃକ୍ଷରୋପଣ କରାଗଲେ ମଣିଷ ସମାଜ ସୁସ୍ଥ ରହିପାରିବେ ବୋଲି କହିଥିଲେ। ମୁଖ୍ୟଅତିଥି ଭାବେ ବିଶିଷ୍ଟ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗଦାନ କରି ସନାତନ ଧର୍ମ ଓ ବେଦର ମହାତ୍ମା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ପଣ୍ଡିତ ଅଶୋକ କୁମାର ପଣ୍ଡା ଓ ପଣ୍ଡିତ ଭୀମସେନ ଶାସ୍ତ୍ରୀ, ସମ୍ମାନିତ ବକ୍ତା ଭାବେ ପ୍ରେସ କ୍ଲବର ଉପସଭାପତି ସମରେନ୍ଦ୍ର ମହାପାତ୍ର ଓ ସମ୍ମାନିତ ଅତିଥି ବିଶିଷ୍ଟ ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ ଯୋଗଦାନ କରିଥିଲେ।
Comments are closed.