www.samajalive.in
Sunday, December 14, 2025
26.1 C
Bhubaneswar

ଋଥଯାତ୍ରା ପ୍ରସ୍ତୁତି ନେଇ ବୈଠକ

ବୌଦ୍ଧ: ବୌଦ୍ଧର ଗଣପର୍ବ ପ୍ରସିଦ୍ଧ ରଥଯାତ୍ରାକୁ ମାଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ତିନି ଠାକୁରଙ୍କ ନିତିକାନ୍ତି ଠିକ୍‌‌ ଭାବରେ ପରିଚାଳନା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସମାଜର ଏକ ମିଳିତ ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦେବସ୍ନାନ ପୂର୍ଣ୍ଣିମା, ନବଯୌବନ ଦର୍ଶନ, ପହଣ୍ଡି ଯାତ୍ରା, ରଥାରୁଢ ଠାକୁରଙ୍କ ପୂଜାବିଧି, ଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ରହଣି ସମୟରେ ନିତିକାନ୍ତି, ଭୋଗ ମଣ୍ଡପ ପରିଚାଳନା ଆଦି ବିଷୟ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବ୍ରାହ୍ମଣ ସମାଜର ପଣ୍ଡିତମାନଙ୍କ ଦ୍ୱାରା ଠାକୁରଙ୍କ ଯାତ୍ରା ନିତିକାନ୍ତି ନେଇ ସ୍ଥରିକୃତ ଶୁଭ ବେଳା ସଂପର୍କରେ ଆଲୋଚନା କରାଯିବା ସହିତ ଏ ସଂପର୍କରେ ମନ୍ଦିର ମୁଖ୍ୟପୂଜକଙ୍କ ମତାମତ ଗ୍ରହଣ କରାଯାଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦେବୋତର ଅଧିକାରୀଙ୍କୁ ସୂଚୀତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା। ବ୍ରାହ୍ମଣ ସମାଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହିତ ଠିକ୍‌‌ ସମୟରେ ଠାକୁରମାନଙ୍କ ପହଣ୍ଡି ନିତି ଆରମ୍ଭ ଓ ଶେଷ କରାଯିବା, ସଂକିର୍ତ୍ତନ ମଣ୍ଡଳୀ ସହିତ ସମନ୍ୱୟ ଓ ରଥଛୁଆଁ ପରମ୍ପରା ପରିଚାଳନା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା। ମନ୍ଦିର ପରିଚାଳନା କମିଟିର ଏକ ପ୍ରତିନିଧି ମଣ୍ଡଳୀ ଦେବୋତର ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ସାକ୍ଷାତ କରି ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପରିଚାଳନା ପାଇଁ ଆଲୋଚନା କରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହି ବୈଠକରେ ମନ୍ଦିର ପରିଚାଳନା କମିଟିର ସଂପାଦକ ଶଙ୍କର ପ୍ରସାଦ ପୁରୋହିତ, ବ୍ରାହ୍ମଣ ସମାଜର ସଭାପତି ରାଜେନ୍ଦ୍ର କୁମାର ମିଶ୍ର, ସଂପାଦକ ଶମ୍ଭୁ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories