କେନ୍ଦୁଝରଗଡ଼଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଦୃତ ଶିଶୁ ଗୃହ ନରଣପୁର ଠାରେ ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ବୁଧବାର ପାଳିତ ହୋଇଯାଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍ ଅଶୋକ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିରରେ ପ୍ରାଧିକରଣ ସଚିବ ମାମୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ଭବିଷ୍ୟତ ଶିଶୁ ମାନଙ୍କୁ ଶ୍ରମିକ ଭଳି ଘୃଣ୍ୟ ପ୍ରଥା ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇ ଶିଶୁ ସାକ୍ଷରତା ଓ ସୁରକ୍ଷା ଉପରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗ୍ରହଣ କରାଯାଇ ଆସୁଥିବା ଆଇନଗତ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଜିଲା ଶ୍ରମ ଅଧିକାରୀ ସୂର୍ଯ୍ୟ ନାରାୟଣ ମାଳି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାଧିକରଣ ସଦସ୍ୟ ତଥା ତଦାଶା ସମ୍ପାଦକ ଅକ୍ଷୟ କୁମାର ଚକ୍ର ପ୍ରାରମ୍ଭରେ ସୂଚନା ପ୍ରଦାନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ।
Popular Categories



