www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରକାଶ ପାଇଲା ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତ୍ତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ

ସ୍ନାତ୍ତକ କଳାରେ ଆଫ୍ରିଦ ଆଲାମ,ବିଜ୍ଞାନରେ ମୋତିଲାଲ ଓ ବାଣିଜ୍ୟରେ ମୌସୁମୀ ଟପ୍ପର
ଟୁଇଙ୍କିଲ ଶ୍ରେଷ୍ଠ ସ୍ନାତ୍ତକ ଓ ପୂଜାରାଣୀ ଶ୍ରେଷ୍ଠ ସ୍ନାତକୋତ୍ତର

କେନ୍ଦୁଝରଗଡ଼଼: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଅଧିନ ପରିଚାଳିତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ କେନ୍ଦୁଝରର ୨୦୨୩-୨୪ ଶିକ୍ଷାବର୍ଷର ସ୍ନାତ୍ତକ ନିୟମିତ ଓ ଅନିୟମିତ ଏବଂ ସ୍ନାତ୍ତକୋତ୍ତର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ବୁଧବାର ପୂର୍ବାହ୍ନରେ ଧରଣୀଧର ବିଶ୍ୱବିଦ୍ୟାଳୟ କୁଳସଚିବ ନରେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ପରୀକ୍ଷା ସୁଚାରୁରୂପେ ପରିଚାଳନା ହୋଇ ଫଳ ପ୍ରକାଶ ପାଇଥିବାରୁ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ପଣ୍ଡା ଓ ଉପପରୀକ୍ଷା ନିୟନ୍ତ୍ରକ ଡ. ରୁଦ୍ରକାନ୍ତ ମାଝୀ କୁଳପତି ପ୍ରଫେସର ମହାନ୍ତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ଭୂତତ୍ତ୍ୱ ଛାତ୍ରୀ ଟୁଇଙ୍କିଲ ସାହୁ ୧୩୧୧ନମ୍ବର ରଖି ମହାବିଦ୍ୟାଳୟର ଶ୍ରେଷ୍ଠ ସ୍ନାତ୍ତକ ଓ ରାଜନୀତି ବିଜ୍ଞାନ ଛାତ୍ରୀ ପୂଜାରାଣୀ ସାହୁ ଶ୍ରେଷ୍ଠ ସ୍ନାତକୋତ୍ତର ଭାବେ କୃତିତ୍ୱ ହାସଲ କରିଛନ୍ତି। କଳାରେ ନୃତତ୍ତ୍ୱ ସମ୍ମାନର ଛାତ୍ର ଆଫ୍ରିଦ ଆଲାମ ୧୨୨୦ନମ୍ବର, ବିଜ୍ଞାନରେ ଗଣିତ ସମ୍ମାନ ଛାତ୍ର ୧୩୨୩ନମ୍ବର ଓ ବାଣିଜ୍ୟରେ ମୌସୁମୀ ବାରିକ ୧୧୪୦ନମ୍ବର ରଖି ଚଳିତ ବର୍ଷର ଟପ୍ପର ହୋଇଛନ୍ତି। କଳା ନୃତତ୍ତ୍ୱରେ ଆଫ୍ରିଦ୍‌‌ ଆଲାମ, ଅର୍ଥନୀତିରେ ପୁନମ ପ୍ରିୟଦର୍ଶିନୀ ସେଠୀ, ଇଂରାଜୀରେ ଅଙ୍କିତ କୁମାର ଝା, ଇତିହାସରେ କୁଶ ପାତ୍ର, ଗଣିତରେ ରେଶମା ମହାନ୍ତ, ଓଡିଆରେ ଋତୁସ୍ପ୍ରଭା ମହାନ୍ତ, ଦର୍ଶନଶାସ୍ତ୍ରରେ ଯଶୋଦା ମହାନ୍ତ, ରାଜନୀତି ବିଜ୍ଞାନରେ ସୁଧା ଗୁପ୍ତା, ସଂସ୍କୃତରେ ଶୁଭଲକ୍ଷ୍ମୀ ମହାନ୍ତ, ସମାଜବିଜ୍ଞାନରେ ସୁଚିଶ୍ମୀତା ନାଏକ ଓ ଶିକ୍ଷାରେ ତମନ୍ନା ସାହୁ ଟପ୍ପର ହୋଇଛନ୍ତି। ବିଜ୍ଞାନରେ ଉଦ୍ଭିଦବିଜ୍ଞାନରେ ମନସ୍ୱିନୀ ଓଝା, ରସାୟନ ବିଜ୍ଞାନରେ ହରେକୃଷ୍ଣ ଜେନା, କମ୍ପ୍ୟୁଟର ବିଜ୍ଞାନରେ ଶଙ୍କରସ୍ୱରୂପ ଦାସ, ଭୂତତ୍ତ୍ୱରେ ଟୁଇଙ୍କିଲ ସାହୁ, ଗଣିତରେ ମୋତିଲାଲ ସାହୁ, ପଦାର୍ଥ ବିଜ୍ଞାନରେ ସୌମ୍ୟରଞ୍ଜନ ପଲେଇ ଓ ପ୍ରାଣୀବିଜ୍ଞାନରେ ସୌମ୍ୟରଞ୍ଜନ ମହାନ୍ତ ଏବଂ ବାଣଜ୍ୟରେ ମୌସୁମୀ ବାରିକ ଟପ୍ପର ହୋଇଛନ୍ତି।

- Advertisement -

କଳା, ବିଜ୍ଞାନ, ବାଣିଜ୍ୟ ଓ ବିବିଏରେ ନିୟମିତ ୬୭୪ ଜଣ ପରୀକ୍ଷା ଦେଇଥିବା ବେଳେ ୯୦.୬୫ ପ୍ରତିଶତ ହାରରେ ମୋଟ ୬୧୧ ଜଣ ସଫଳତାର ସହ ପାସ୍‌‌ କରିଥିବା ବେଳେ ୬୩ଜଣ ଫେଲ ହୋଇଛନ୍ତି। କଳାରେ ନିୟମିତ ଭାବେ ୨୭୪ ଜଣ ଓ ଅନିୟମିତ ଭାବେ ୧୦ ଜଣଙ୍କୁ ମିଶାଇ ମୋଟ ୨୮୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୯ ଜଣ ନିୟମିତ ଓ ୭ ଜଣ ଅନିୟମିତଙ୍କୁ ମିଶାଇ ୯୦.୧୪ ପ୍ରତିଶତ ହାରରେ ମୋଟ ୨୫୬ ଜଣ ପାସ୍‌‌ କରିଛନ୍ତି। ବିଜ୍ଞାନରେ ନିୟମିତ ଭାବେ ୧୯୨ ଜଣ ଓ ଅନିୟମିତ ଭାବେ ୧୦ ଜଣଙ୍କୁ ମିଶାଇ ମୋଟ ୨୧୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୫ ଜଣ ନିୟମିତ ଓ ୬ ଜଣ ଅନିୟମିତଙ୍କୁ ମିଶାଇ ୯୪.୫୫ ପ୍ରତିଶତ ହାରରେ ମୋଟ ୧୯୧ ଜଣ ପାସ୍‌‌ କରିଛନ୍ତି। ବାଣିଜ୍ୟରେ ନିୟମିତ ଭାବେ ୧୩୧ ଜଣ ଓ ଅନିୟମିତ ଭାବେ ୧୭ ଜଣଙ୍କୁ ମିଶାଇ ମୋଟ ୧୪୮ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ନିୟମିତ ଓ ୧୦ ଜଣ ଅନିୟମିତଙ୍କୁ ମିଶାଇ ୮୮.୫୧ ପ୍ରତିଶତ ହାରରେ ମୋଟ ୧୩୧ ଜଣ ପାସ୍‌‌ କରିଛନ୍ତି। ସେଲ୍‌ଫ ଫାଇନାନସିଂ ବିବିଏରେ ନିୟମିତ ଭାବେ ପରୀକ୍ଷା ଦେଇଥିବା ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୨.୦୫ ପ୍ରତିଶତ ହାରରେ ୩୩ ଜଣ ପାସ୍‌‌ କରିଥିବା ଜଣାପଡ଼ିଛି। ବିଜ୍ଞାନ ବିଭାଗରେ ଭୂତତ୍ତ୍ୱ ବିଜ୍ଞାନ ଏବଂ ବାଣିଜ୍ୟରେ ଶତପ୍ରତିଶତ ପରୀକ୍ଷାର୍ଥୀ ପାସ୍‌‌ କରିଥିବା ଜଣାପଡ଼ିଛି।

ପ୍ରକାଶିତ ସ୍ନାତ୍ତକୋତ୍ତର ପରୀକ୍ଷାଫଳ ଅନୁଯାୟୀ ରାଜନୀତି ବିଜ୍ଞାନରେ ପୂଜାରାଣୀ ସାହୁ, ରସାୟନ ବିଜ୍ଞାନରେ ସୌମ୍ୟରଞ୍ଜନ ମହାନ୍ତ, ଭୂତତ୍ତ୍ୱରେ ଅଭିଷେକ ପତି ଓ ବାଣିଜ୍ୟରେ ମନୀଷା ମୁଖାର୍ଜୀ ଟପ୍ପର ହୋଇଥିବା ଜଣାପଡ଼ିଛି। ସ୍ନାତ୍ତକୋତ୍ତର ରାଜନୀତି ବିଜ୍ଞାନରେ ୨୫ ଜଣଙ୍କ ମଧ୍ୟରୁ ୯୧.୬୭ ପ୍ରତିଶତ ହାରରେ ୨୨ ଜଣ, ରସାୟନ ବିଜ୍ଞାନରେ ୧୨ ଜଣଙ୍କ ମଧ୍ୟରୁ ୬୬.୬୭ ପ୍ରତିଶତ ହାରରେ ୮ ଜଣ, ଭୂତତ୍ତ୍ୱରେ ୮ ଜଣଙ୍କ ମଧ୍ୟରୁ ୮ ଜଣ ଓ ବାଣିଜ୍ୟରେ ଶତପ୍ରତିଶତ ହାରରେ ୨୩ ଜଣ ସଫଳତାର ସହ ପାସ୍‌‌ କରିଛନ୍ତି। ବିଇଡି ପରୀକ୍ଷାରେ ନିଳୀମା କୁମାରୀ ନାୟକ ୧୪୮୪ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ମୋଟ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଶତପ୍ରତିଶତ ହାରରେ ସମସ୍ତ ୪୦ ଜଣ ପ୍ରଥମ ଶ୍ରେଣୀରେ ସଫଳତାର ସହ ପାସ୍‌‌ କରିଛନ୍ତି। ବିଜିନେସ୍‌‌ ଆଡମିନିଷ୍ଟ୍ରେସନରେ ୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୨.୦୫ପ୍ରତିଶତ ହାରରେ ୩୩ ଜଣ ପାସ୍‌‌ କରିଥିବା ବେଳେ ୭ ଜଣ ଫେଲ ହୋଇଛନ୍ତି। ସେହିଭଳି ଏମବିଏରେ ୫୧ ଜଣଙ୍କ ମଧ୍ୟରୁ ୪୭ ଜଣ ପରୀକ୍ଷା ଦେଇଥିବା ବେଳେ ୮୭.୨୩ ପ୍ରତିଶତ ହାରରେ ୪୧ ଜଣ ପାସ୍‌‌ କରିଛନ୍ତି ଓ ୬ ଜଣ ଫେଲ ହୋଇଛନ୍ତି। ବିଜିନେସ୍‌‌ ଆଡମିନିଷ୍ଟ୍ରେସନ(ଫାଇନାନସିଆଲ ମ୍ୟାନେଜମେଣ୍ଟ)ରେ ୬୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୨.୨୬ ପ୍ରତିଶତ ହାରରେ ୫୧ ଜଣ ପାସ୍‌‌ କରିଥିବା ବେଳେ ଜଣେ ଫେଲ ହୋଇଛନ୍ତି ଏବଂ ୧୧ ଜଣ କପି ଅଭିଯୋଗରେ ଦଣ୍ଡିତ ହୋଇଛନ୍ତି। ପର୍ସନାଲ ମ୍ୟାନେଜମେଣ୍ଟ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନ (ପିଏମ୍‌‌ଆଇଆର) ୨୫ ଜଣଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ଥିବା ବେଳେ ମୋଟ ୨୨ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯ ଜଣ ପାସ୍‌‌ କରିଥିବା ବେଳେ ଜଣଙ୍କର ପରୀକ୍ଷାଫଳ ସ୍ଥଗିତ ରଖାଯାଇଥିବା ବେଳେ ଜଣେ ଫେଲ ହୋଇଛନ୍ତି।

Hot this week

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

Related Articles

Popular Categories