www.samajalive.in
Wednesday, December 10, 2025
18.1 C
Bhubaneswar

୨୦ ବର୍ଷ ହେଲା ଖତ ଖାଉଛି ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଗୋଦାମ ଏବଂ ରେଞ୍ଜ୍‌‌ ଅଫିସ

ରେଙ୍ଗାଲି: ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ରେଙ୍ଗାଲିରେ ଥିବା କେନ୍ଦୁପତ୍ର ଗୋଦାମ, ରେଞ୍ଜ କାର୍ଯ୍ୟାଳୟ ଓ କର୍ମଚାରୀ ମାନଙ୍କ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ଜଙ୍ଗଲ ପାଲଟିଛି। ଖତ ଖାଉଥିବା ଏହି ସରାକାରୀ କୋଠାବାଡିକୁ କଲ୍ୟାଣ ମଣ୍ଡପ କିମ୍ବା ଟାଉନ୍‌‌ ହଲ୍‌‌ ରୂପେ ବ୍ୟବହାର କରିବାକୁ ସରକାର ଅନୁମତି ଦେଲେ ରେଙ୍ଗାଲିବାସୀଙ୍କ ଦୀର୍ଘ ଦିନର ଦାବୀ ପୂରଣ ହେବା ସହିତ ଧ୍ୱଂସ।ଭିମୁଖୀ ହେବାକୁ ଥିବା ସରକାରୀ ସମ୍ପତ୍ତିର ସୁରକ୍ଷା ହୋଇ ପାରନ୍ତା ବୋଲି ଲୋକେ ମତପ୍ରକାଶ କରୁଛନ୍ତି। ସୂଚିତ ଯେ ଦୁଇଟି କେନ୍ଦୁପତ୍ର ଗୋଦାମ ଘର ଭାଙ୍ଗିମାଟିରେ ମିଶିଗଲାଣି। ଆଉ କିଛି ବର୍ଷ ପରେ ବାକିଥିବା ଲକ୍ଷାଧିକ ଟଙ୍କାରେ ନିର୍ମିତ କୋଠାଘର ଗୁଡିକ ମାଟିରେ ମିଶିଯିବାର ଆଶଙ୍କା ଦେଖାଦେଇଛି। ୨୦୦୪ ମସିହାରେ ରେଙ୍ଗାଲି କେନ୍ଦୁପତ୍ର ରେଞ୍ଜକୁ ବନ୍ଦ କରିଦେବା ଫଳରେ ଏଠାରେ ଥିବା ରେଞ୍ଜ ଅଫିସ, ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନଙ୍କର କ୍ୱାର୍ଟର, ଦୁଇଟି କେନ୍ଦୁପତ୍ର ଗୋଦାମ ଗୃହ ଗତ ୨୦ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କୌଣସି ପ୍ରକାର ରକ୍ଷଣା ବେକ୍ଷଣ କରାଯାଉ ନଥିବା ତଥା କୌଣସି କର୍ମଚାରୀଙ୍କ ଏହାର ଦାୟିତ୍ୱ ଦିଅଯାଇ ନଥିବାରୁ ସବୁ ଘର ଗୁଡିକ ଜରାଜୀର୍ଣ୍ଣ ହୋଇ ଆଉ କିଛି ବର୍ଷ ପରେ ମାଟିରେ ମିଶିଯିବାର ଆଶଙ୍କା ଦେଖାଦେଇଛି। ୨୦ ବର୍ଷ ହେଲା ସମ୍ପୁର୍ଣ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି କାର୍ଯ୍ୟାଳୟ ଅସାମାଜିକ ତତ୍ତ୍ୱମାନଙ୍କ ନିରାପଦ ଆଡ୍ଡା ସ୍ଥଳି ପାଳଟିଛି। କେନ୍ଦୁପତ୍ର ବିଭାଗ ଅଧିନରେ ଥିବା ଏହି ଘର ଗୁଡିକ ବନ ବିଭାଗ (ଟେରିଟୋରିଆଲ୍‌‌)କୁ ୨୦୦୭ ମସିହାରୁ ହସ୍ତାନ୍ତର କରାଯାଇଛି ବୋଲି କୁହାଯାଉଛି। କିନ୍ତୁ ବନବିଭାଗ ମଧ୍ୟ ଏହାର ରକ୍ଷଣାବେକ୍ଷଣ କରୁନାହିଁ। ଝାରସୁଗୁଡା ରେଞ୍ଜରେ ମିଶାଇ ଦେବା ସମୟରେ ରେଙ୍ଗାଲି ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜର୍‌‌ ଚାର୍ଜ ଝାରସୁଗୁଡା ରେଞ୍ଜରଙ୍କୁ ହସ୍ତାନ୍ତର ନକରି ଅବସର ନେଇ ଯାଇଥିଲେ। ଫଳରେ ରେଙ୍ଗାଲି ରେଞ୍ଜର୍‌‌ କାୠଜାତ ଏବଂ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି ଏଠାରେ ପଡ଼ି ଖତ ଖାଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories