www.samajalive.in
Saturday, December 6, 2025
19.1 C
Bhubaneswar

ସିଜୁ ମୁଣ୍ଡିଆ ନିକଟ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧିନ ଗୋପିବଲ୍ଲଭପୁର ଗ୍ରାମ ନିକଟସ୍ଥ ସିଜୁ ମୁଣ୍ଡିଆ ପାଖରେ ଥିବା ଏକ ଘରୋଇ ଜମି ପଡ଼ିଆରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାର ବିବରଣୀରୁ ପ୍ରକାଶ ଯେ ବଡଭୂଇଁ ପଞ୍ଚାୟତ ଅଧିନ ଜାଗିଆପଡ଼ା ଗ୍ରାମର ଆକୁଳ ରାଉତଙ୍କ ପୁଅ ନିରଞ୍ଜନ ରାଉତ (୪୩)ଙ୍କର ମୃତଦେହ ସିଜୁ ମୁଣ୍ଡିଆ ନିକଟସ୍ଥ ଜମି ପଡ଼ିଆରେ ପଡ଼ିଥିବା କିଛି ଲୋକ ଦେଖ ତାଙ୍କ ପରିବାରକୁ ସୂଚନା ଦେଇଥିଲେ। ପ୍ରକାଶଯୋଗ୍ୟ ଯେ, କଟକର ଘରୋଇ ଆକାଶ ଇଂଷ୍ଟିଚ୍ୟୁଟରେ ନିରଞ୍ଜନ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରନ୍ତି। ରବିବାର ସନ୍ଧ୍ୟା ୫ଟାରେ ସଂପୃକ୍ତ ଘରୋଇ କଲେଜ ପକ୍ଷରୁ ସେ କର୍ତ୍ତୃପକ୍ଷଙ୍କୁ ନଜଣାଇ କେଉଁଆଡେ ଯାଇଛନ୍ତି ବୋଲି ତାଙ୍କ ଘରକୁ ଫୋନ ଯୋଗେ ଜଣାଇଥିଲେ। ତେବେ ସୋମବାର ସକାଳେ ତାଙ୍କ ମୃତଦେହ ଠାବ ହେବା ପରେ ପରିବାର ପକ୍ଷରୁ ପୁଲିସକୁ ସୂଚନା ଦେବା ସହ ତାଙ୍କୁ ହତ୍ୟା କରାଯାଇଥିବା ନିରଞ୍ଜନଙ୍କ ଭାଇ ଅରବିନ୍ଦ ରାଉତ ଲିଖିତ ଅଭିଯୋଗ କରିଛନ୍ତି। ନିରଞ୍ଜନଙ୍କ ମୃତଦେହ ପଡ଼ିଥିବା ସ୍ଥାନରେ ତାଙ୍କର ଗୋଟିଏ ସ୍କୁଟି, ହେଲମେଟ, ପାଣିବୋତଲ ଓ ଗୋଟିଏ କୀଟନାଶକ ବିଷ ବୋତଲ ପଡ଼ିଥିବା ଦେଖାଯାଇଥିଲା। ଆଠଗଡ଼ ଥାନା ଆଇଆଇସି ଅନିରୁଦ୍ଧ ମୁଦୁଲି ଓ ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲେ। ପରେ ପରେ କଟକରୁ ପୁଲିସ ବିଜ୍ଞାନୀ ଦଳ ପହଞ୍ଚି ଅଧିକ ତଦନ୍ତ କରିବା ପରେ ପୁଲିସ ମୃତଦେହ ଜବତ କରି ଆଠଗଡ଼ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ପାରିପାର୍ଶ୍ବିକ ସ୍ଥିତି ଓ ନିରଞ୍ଜନଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ନଥିବାରୁ ଏହା ଏକ ଆତ୍ମହତ୍ୟା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ତେବେ ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ଆଇଆଇସି ଶ୍ରୀ ମୁଦୁଲି ଉପନିରୀକ୍ଷକ ସଂଭୁତି ପଣ୍ଡାଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories