www.samajalive.in
Monday, December 8, 2025
14.1 C
Bhubaneswar

ବିତିଗଲା ୬ ବର୍ଷ ହେଲେ ବଦଳିନି ବଙ୍ଗୋମୁଣ୍ଡା ଡେଙ୍ଗାଗୁଡ଼ା ଆର୍ ଡି ରାସ୍ତା

ଲଡୁଗାଁ: ରାସ୍ତା ଦୁଇପାଖ ବଡ ବଡ ଖାଲରେ ଭର୍ତ୍ତି ହୋଇଛି। ଅସରାଏ ବର୍ଷା ହେଲେ ଖାଲରେ ପାଣି ପୁରି ରହୁଛି। ଯାନବାହାନ ତ ଦୂରରେ ଥାଉ ରାସ୍ତାରେ ଚାଲି ଚାଲି ଯିବା ଅସମ୍ଭବ ହୋଇ ପଡିଛି। ଏହା କୋଉ ଦୁର୍ଗମ ଅଞ୍ଚଳର ରାସ୍ତା ନୁହେଁ ବରଂ ଜିଲ୍ଲାର ଅପେକ୍ଷା କୃତ ସମୃଦ୍ଧ ବ୍ଲକ ଭାବେ ପରିଚିତ କୋକସରା ବ୍ଲକର ଡେଙ୍ଗାଗୁଡ଼ା ଛକ ଠାରୁ ବଡ଼ କେନ୍ଦୁଗୁଡା ବଜାର ପଡ଼ିଆ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ଆର୍ ଡି ରାସ୍ତା। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ବଙ୍ଗୋମୁଣ୍ଡା ଡେଙ୍ଗାଗୁଡା ନାମରେ ନାମିତ କରିଥିବା ଏହି ରାସ୍ତାର ଡେଙ୍ଗାଗୁଡା ଛକ କେନାଲ ଠାରୁ ବଡକେନ୍ଦୁଗୁଡା ବଜାର ପଡିଆ ପର୍ଯ୍ୟନ୍ତ ୩କିମି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି ହୋଇ ପଡିଥିବାରୁ ସେଥିରେ ନିର୍ଭର କରୁଥିବା ଅଞ୍ଚଳର ଜନସାଧାରଣ, ଛାତ୍ରଛାତ୍ରୀ ପ୍ରତ୍ୟହ ବ୍ଲକ, ତହସିଲ, କୃଷି କାର୍ଯ୍ୟାଳୟ, ଆଦର୍ଶ ବିଦ୍ୟାଳୟ ତଥା ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜକୁ ଯିବା ଆସିବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। କଳାହାଣ୍ଡି ଜିଲ୍ଲାର ସର୍ବବୃହତ ଶିବ ମନ୍ଦିର ତଥା ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠକୁ ବିଭିନ୍ନ ଅଂଚଳର ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିବା ବେଳେ ଏ ରାସ୍ତାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନେକ ଜାଗାରେ ରାସ୍ତାର ଦୁଇ କଡ଼ରେ ଖାଳ ହୋଇ ରାସ୍ତା ଜମି ହୁଡ଼ାର ଭ୍ରମ ସୃଷ୍ଟି କରୁଛି। ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ସହ ଅନ୍ୟ ରାସ୍ତା ନିର୍ମାଣ ହେବା ସମୟରେ ଏହି ରାସ୍ତାରେ ନିୟମିତ ମାଲବାହୀ ହାଇୱା ସମେତ ଭାରିଯାନ ଯାତାୟାତ କରୁଥିବା ଫଳରେ ସାଧାରଣ ଲୋକଙ୍କ ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରିବା ବିପଦଜନକ ହୋଇଛି।ଗତ ୨୦୧୮ ମସିହାରେ ଗିରିଧାରୀ ଅଗ୍ରୱାଲ ନାମକ ଏକ ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର ୧କୋଟି ୯୧ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳରେ ରାସ୍ତା କାମ କରିଥିଲେ। ହେଲେ ଥରଟିଏ ମଧ୍ୟ ସେ ମରାମତି କରିନଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବା ସହ ଏହି ରାସ୍ତା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବାରୁ ଏହି ରାସ୍ତାକୁ ୨ଲେନ୍ କରି ନୂତନ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories