www.samajalive.in
Sunday, November 16, 2025
15.1 C
Bhubaneswar

ଆଦିମ ଜନଜାତିଙ୍କୁ ଜୀବିକା ଯୋଗାଉଛି ଆମ୍ବସଢା

ଲକ୍ଷ୍ମୀପୁର : କୋରାପୁଟ ଜିଲା ଆଦିମ ଜନଜାତି ଲୋକଙ୍କ ଜୀବନ ଜିଇଁବାରେ ଆମ୍ବସଢା ଏକ ବିଶେଷ ଭୂମିକା ନେଇଛି । ଆମ୍ବ ଋତୁରେ ପାଚିଲା ଆମ୍ବ ସଂଗ୍ରହ କରି ତାର ରସରେ ଆମ୍ବସଢା ପ୍ରସ୍ତୁତ କରି ଅନେକ ପରିବାର ଚଳୁଛନ୍ତି । ସାଧାରଣତଃ ପାଚିଲା ଆମ୍ବ ଅଳ୍ପ ଦିନରେ ନଷ୍ଟ ହୋଇଯାଉଥିଲାବେଳେ ଆମ୍ବ ସଢା ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ । ଆଦିବାସୀମାନେ ଆମ୍ବସଢାକୁ ବର୍ଷ ସାରା ନିଜେ ଖାଇବା ସହିତ ହାଟ ଓ ବଜାରରେ ବିକ୍ରି କରି ଭଲ ଦି ପଇସା ଅର୍ଜନ କରନ୍ତି । ଜିଲାର ଜନଜାତିର ଏହି ଲୋକମାନେ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି । ତେବେ ଜଙ୍ଗଲ ଅବକ୍ଷୟ ହେତୁ ପୂର୍ବ ଭଳି ଆଉ ରୋଜଗାର ହୋଇ ପାରୁନାହିଁ । ଏହା ସତ୍ତ୍ବେ ମଧ୍ୟ ଆମ୍ବ ସେମାନଙ୍କ ପାଇଁ ଜୀବିକା ଯୋଗାଇଛି ବୋଲି କହିଛନ୍ତି କିଛି ଜନଜାତିର ଲୋକ ।

ମହୁଲ, ପଣସ ଓ ତେନ୍ତୁଳି ପରି ଆମ୍ବ ମଧ୍ୟ ଏମାନଙ୍କ ଏମାନଙ୍କ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବାରେ ସହାୟକ ହୋଇଥାଏ । କୁଇ ସମ୍ପ୍ରଦାୟର ଲୋକେ ଆମ୍ବକୁ ମାହାଆ ବୋଲି କହନ୍ତି । ଆମ୍ବ ସବୁ ସଂଗ୍ରହ କରିବା ପରେ ଭଲଭାବେ ଧୋଇ ସଫା କରାଯାଏ । ପରେ ଭଲ ଭାବରେ ଚିପୁଡ଼ି ଏଥିରୁ ରସ ବାହାର କରାଯାଏ । ବାଉଁଶ ଡାଙ୍ଗରା, ଆଲୁମିନା ଥାଳିରେ ତେଲ ମାରି ପ୍ରାୟ ତିନି ଚାରି ଦିନ ତା ଉପରେ ଢାଳିବା ପରେ ଦୁଇ ତିନି ଦିନ ସୁଖାଇବା ପରେ ପ୍ରସ୍ତୁତ ହୋଇଥାଏ ଆମ୍ବସଢା । ଗାଁରେ ଲୋକମାନେ ଆମ୍ବକୁ ନିଜେ ବିକ୍ରି କରିବା ସହିତ ବେପାରୀମାନଙ୍କୁ ଦେଇଥାନ୍ତି । ସାପ୍ତାହିକ ହାଟକୁ ନେଇ ମଧ୍ୟ ବିକ୍ରି କରିଥାନ୍ତି । ତେବେ ଏହାର ମୂଲ୍ୟ କିଲୋ ପ୍ରତି ବର୍ତ୍ତମାନ ଶହେ ଟଙ୍କା ରହିଛି । ଅବିଭକ୍ତ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଆମ୍ବସଢା ପ୍ରଚୁର ଭାବେ ମିଳିଥାଏ । ଏପରିକି ଏହାକୁ ବଡ଼ ବଡ଼ ବେପାରୀମାନେ କିଣି ଅନ୍ୟ ରାଜ୍ୟକୁ ପଠାଇଥାନ୍ତି ।

ଧରାପଡିଲା ବିଜେପିର ମିଛ ଭିଡିଓ ପ୍ରସଙ୍ଗ – ବିଜେଡି

- Advertisement -

Hot this week

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

୧୦ ଡିଗ୍ରୀ ତଳେ କନ୍ଧମାଳର ୨ ସହର

ଭୁବନେଶ୍ବର : ରାଜ୍ୟରେ ଧୀରେ ଧୀରେ ଶୀତ ବଢୁଛି। କନ୍ଧମାଳ ଜିଲାର...

Related Articles

Popular Categories