www.samajalive.in
Monday, December 8, 2025
27.1 C
Bhubaneswar

ଧରାପଡିଲା ବିଜେପିର ମିଛ ଭିଡିଓ ପ୍ରସଙ୍ଗ – ବିଜେଡି

ଶସ୍ତା ଲୋକପ୍ରିୟତା ପାଇଁ ଏଡ଼ିଟେଡ଼ ଭିଡିଓ ପ୍ରସାର କରୁଛି ବିଜେପି – ବିଜେଡି

ଡେସ୍କ: ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ମିଥ୍ୟା ତଥ୍ୟ ପ୍ରସାର କରୁଥିବା ବିଜେଡି କହିଛି। ବିଜେପି ନିଜ ମିଡ଼ିଆ ସେଲ ଦ୍ୱାରା ଜାତୀୟ ସ୍ଥରରେ ଲୋକମାନଙ୍କୁ ସାମାଜିକ ଗଣମାଧ୍ୟମରେ ମିଛ ଭିଡିଓ ଓ ଏଡ଼ିଟେଡ଼ ଭିଡିଓ ଜରିଆରେ ବିଭ୍ରାନ୍ତିକର ସୂଚନା ଦେଇ ଭୋଟ ହାତେଇବା ପାଇଁ ପ୍ରୟାସ କରୁଥିବା ବିଜେଡି ମୁଖପାତ୍ର କହିଛନ୍ତି।

ମୋଦୀ ନୁହଁନ୍ତି ଭଲ ବନ୍ଧୁ – ନବୀନ

- Advertisement -

ସୂଚନା ଅନୁଯାୟୀ, ବିଜେପି ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ଼ କରିଛି ଯେଉଁଥିରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ ମାରୁଥିବା ଦର୍ଶାଯାଇଛି କିନ୍ତୁ ସେହି ଭିଡିଓଟି ଅସଲି ଭିଡିଓ ନୁହେଁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଭିଡିଓଟିକୁ ଏଡିଟ କରାଯାଇ ଏଭଳି ଭାବେ ଦର୍ଶାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡାର ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କଙ୍କ ପଛରେ ବସିଥିବା ଭିକେ ପାଣ୍ଡିଆନ୍ ନିଜ ଜୋତା ବାହାର କରିବା ପରେ ନିଜ ପାଦ ପାଖକୁ ଗୋଡ଼ରେ ଟାଣି ଆଣି ସଜାଡି ରଖିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଅପପ୍ରଚାରକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories