www.samajalive.in
Monday, December 8, 2025
17.1 C
Bhubaneswar

ଚୋରି କମ୍ପ୍ୟୁଟର ଜବତ, ଦୁଇ ଗିରଫ

ବାସୁଦେବପୁର : କଷିଆ ସାମୁଦ୍ରିକ ଥାନା ଅଧିନ ଚାନ୍ଦିମାଳ କେକେଜିପି ହାଇସ୍କୁଲରୁ ଚୋରି ହୋଇଥିବା କମ୍ପ୍ୟୁଟର ସାମଗ୍ରୀ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ । ଚଳିତ ମାସ ୧୨ ତାରିଖ ରାତିରେ ବିଦ୍ୟାଳୟରୁ କମ୍ପ୍ୟୁଟର ସାମଗ୍ରୀ ଚୋରି ହୋଇଥିବା ନେଇ ପ୍ରଧାନଶିକ୍ଷକ ବସନ୍ତ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି କଷିଆ ସାମୁଦ୍ରିକ ଥାନା ପୁଲିସ ଥାନା କେସ୍ ନମ୍ବର ୬୨/୨୪ରେ ମାମଲା ରୁଜୁ କରିଥିଲା । ଘଟଣାକ୍ରମରେ ଚୋରି ଘଟଣାରେ ସଂପୃକ୍ତ କୃଷ୍ଣପୁର ଗ୍ରାମର ଅରୁପ କୁମାର ବେହେରା(୩୧) ଓ ଭୁଜେନ୍ଦ୍ର ନାୟକ(୨୪)ଙ୍କୁ ଗିରଫ କରାଯାଇଛି । ଚୋରି ହୋଇଥିବା ୪୨ଗୋଟି ମନିଟର, ୧୧ଗୋଟି କିବୋର୍ଡ, ୧୨ଗୋଟି ହେଡଫୋନ, ଭିକ୍ଲାଉଡ ୧୨ଗୋଟି, ଲେନୋଭୋ ସିପିୟୁ ୧ଟା ସହିତ ଚୋରି ଘଟଣାରେ ବ୍ୟବହୃତ କଟର, ବ୍ୟାଟେରୀ ଓ ମହିନ୍ଦ୍ରା ପିକଅପକୁ ଜବତ କରାଯାଇଥିବା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସଡିପିଓ ସୌରଭ ଓତା ସୂଚନା ଦେଇଛନ୍ତି । ଏହି ସମୟରେ ଥାନାଧିକାରୀ ସାବିତ୍ରୀ ପଣ୍ଡାଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories