Patra electronics

ଭିଡିଓ: ଶାଢି ଦୋକାନରେ ପଶିଗଲା ଗାଈ, ଆଉ ତା ପରେ…

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଶାଢି ଦୋକାନରେ ପଶିଯାଇଥିବା ଗାଈକୁ ଦୋକାନ ମାଲିକ ଏକ ଛୁଆ ଭଳି ସ୍ନେହ କରୁଛନ୍ତି । ଖାଲି ସେତିକି ନୁହେଁ, ବ୍ୟକ୍ତି ଜଣକ ନିଜ ଦୋକାନରେ ଗାଈକୁ ଏକ ଗଦିରେ ବସାଉଛନ୍ତି ।

 

View this post on Instagram

 

A post shared by Shona (@shonadabur)

ଭାଇରାଲ ହେଉଥିବା ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓରେ ଆପଣ ଦେଖିପାରିବେ କି ଏକ ଗାଈ ରାସ୍ତା କଡରୁ ସିଧା ଦୋକାନକୁ ପଶିଆସୁଛି । ଦୋକାନ ଭିତରକୁ ଯାଇ ଗାଈଟି ସିଧା ମାଲିକ ପାଖରେ ବସିଯାଉଛି ଏବଂ ପାଖରେ ଥିବା ଏକ ଗଦିରେ ଆରାମ କରୁଛି । ଏହା ପରେ ମାଲିକ ତାକୁ ନିଜ ଛୁଆ ଭଳି ସ୍ନେହ କରୁଛନ୍ତି । ପାଖରେ ଥିବା ଲୋକମାନେ ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ତେବେ ଗାଈଟି କାହାକୁ ହଇରାଣ କରୁନି ।

ସମସ୍ତେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହାକୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଲାଇକ୍ସ ମିଳିସାରିଛି । ଅନେକ ଲୋକ ଏଥିରେ କମେଣ୍ଟ କରୁଛନ୍ତି ଏବଂ ଗୋମାତା ପ୍ରତି ଏଭଳି ଭଲପାଇବା ଯୋଗୁଁ ଦୋକାନ ମାଲିକକୁ ପ୍ରଶଂସା କରୁଛନ୍ତି ।

Comments are closed.