ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ଜାଗର ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ସରିଛି। ଶ୍ରଦ୍ଧାଳୁ ପୀଠରେ ଜାଗର ଜାଳି ସୁରୁଖୁରୁରେ ଫେରି ଆସିବା ପାଇଁ ଯାତାୟାତ ପାଇଁ ମହାନଦୀରେ ତିଆରି କରାଯାଇଥିବା ଅସ୍ଥାୟୀ ରାସ୍ତା ପୀଠପାର୍ଶ୍ବ ଓ ମଞ୍ଚେଶ୍ୱର ପାର୍ଶ୍ବରୁ ଭଲବୋର ଓଡ଼ିଶା ଅଧିକୃତ ବିକ୍ରେତାର ମୁଖ୍ୟ ଇଂ ଦିଲ୍ଲିପ ତ୍ରିପାଠୀଙ୍କ ପକ୍ଷରୁ ଉଚ୍ଚ କ୍ଷମତାସଂପନ୍ନ ୱାକର୍ସ ଲାଇଟ ପ୍ରଦାନ କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଫୋର୍ସ ମୁତୟନ ହୋଇଛନ୍ତି। ଭୋର ୪ଟାରୁ ପ୍ରଭୂଙ୍କ ନୀତି କାର୍ଯ୍ୟ ସଂପନ୍ନ କରାଯାଇଛି।
ପାଟଣାର ପ୍ରାଚୀନ ଆନନ୍ଦେଶ୍ଵର ମହାଦେବଙ୍କ ପୀଠରେ ଶନିବାର ମହାଶିବରାତ୍ରି ଓ ଏହି ଦିନ ଠାରୁ ଜାଗର ମହୋତ୍ସବ ଧୁମଧାମରେ ଆରମ୍ଭ ହେଉଛି। ଜାଗର ଦିନ ପୂଜା ବିଧି ସହ ମହାଦୀପ ଉଠିବା, ପ୍ରସାଦ ବିତରଣ, ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଐତିହାସିକ ପ୍ରସିଦ୍ଧ ଦେବଗିରି ପଞ୍ଚାମୁଖୀ ନିଲାକଣ୍ଠେଶ୍ୱର ଶୌବ ପୀଠରେ ୭ଦିନ ଧରି ହେବାକୁ ଥିବା ମହାଶିବରାତ୍ରି ଜାଗର ଯାତ୍ରାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାଗର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆଖିଆଗରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟପକ ଏକ ପ୍ଲାଟୁନ ପୁଲିସ, ୬ ଅଧିକାରୀ ,ଗୋଟିଏ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ଜଣେ ଡ଼ିଏସପି ଓ ସ୍ଥାନୀୟ ସିଆରପିଏଫ ଆସିଷ୍ଟାଣ୍ଟ କମାଂଡେଣ୍ଟ ଡି କୃଷ୍ନା ରାଓ ସମେତ ଜଵାନଙ୍କୁ ନିୟୋଜିତ କରାଯାଇଛି।



