ଗୁଣୁପୁର: ଗୁଣପୁର ଅଞ୍ଚଳର ବିକାଶ ପାଇଁ ଗତ ୧୦ମାସରେ ୧୩୭୦ କୋଟି ଅନୁଦାନ ନବୀନ ସରକାର ପ୍ରଦାନ କରିଛନ୍ତି। ରାଜ୍ୟରେ ବିକାଶ ଦ୍ରୁତ ଗତିରେ ଚାଲୁ ରହିଛି। ବିରୋଧି ମିଥ୍ୟା ଅପପ୍ରଚାର କରୁଛି ବୋଲି ଆଜି ନିର୍ବାଚନୀ ସଭାରେ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ମତବ୍ୟକ୍ତ କରିଛନ୍ତି। ରାୟଗଡା ଜିଲ୍ଲା ଗୁଣୁପୁର ଗ୍ରସ୍ଥ କରି ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ ଓଡିଶା ଅଧକ୍ଷ କହିଛନ୍ତି, ସରକାରଙ୍କ ସଫଳତା ଦେଖୀ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। କୋରାପୁଟ ସାଂସଦ ଅଂଚଳର ଉନ୍ନତି ପାଇଁ ଗୋଟେ ଇଟା ବି କୋଉଠି ପକାଇ ନାହାନ୍ତି। ଆଜି ଗୁଣୁପୁର ହୋଇଥିବା ଜନ ସମାବେଶ ବିରୋଧୀଙ୍କ ନିଦ ଭାଙ୍ଗି ଦେବ ବୋଲି ସେ କହିଥିଲେ।
Popular Categories



