ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ସୁଆମ ହନୁମାନ ମନ୍ଦିର ପାଖରେ ଥିବା ହୋର୍ଡିଂ ଉପରୁ ଜରି ଖସି ପଡିଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଓଡିଶାରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇ ସାରିଥିଲା ପରେ ମଧ୍ୟ ହୋର୍ଡିଂ ଗୁଡିକ ପୁରା ଉଠା ନଯାଇ ଜରି କିମ୍ବା କପଡାରେ ସାହାଯ୍ୟରେ ବନ୍ଦ କରାଯାଇଛି। ବିଶେଷ କରି ଖରା ଦିନରେ କାଳ ବୈଶାଖୀ ପ୍ରଭାବରେ ହୋର୍ଡିଂ ଉପରେ ଲଗାଯାଇଥିବା କପଡା ଉଡି ଯାଉଛି। ଏହା ଖୋଲା ଖୋଲି ଆଚରଣ ବିଧି ଉଲଘଂନ ହେଉଥିବା କଂଗ୍ରେସ ଓ ବିଜେପି ଦଳର ନେତା ମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ଲାଗିଥିବା ଗାଁ ଗଣ୍ଡାରେ ହୋର୍ଡିଂ ଓ ବିଭିନ୍ନ ଉନ୍ନୟନ ଯୋଜନାର ହୋର୍ଡିଂ ପୂର୍ବଭଳି ଶୋଭା ପାଉଛି। ଏହି ହୋର୍ଡିଂକୁ ତୁରନ୍ତ ଉଠାଇବା ପାଇଁ ବିରୋଧୀ ଦଳ ନେତା ମାନେ ଦାବି କରିଛନ୍ତି।
Popular Categories



