୩ ପ୍ରମୁଖ ଦଳ ପାଇଁ ଆହ୍ୱାନ ଓ ଅଗ୍ନିପରୀକ୍ଷା ୨୦୨୪ ନିର୍ବାଚନ

ରେଙ୍ଗାଲି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଗୁଲ୍‌‌ ବାଜି ସାରିଛି। ବିଭିନ୍ନ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି। ସମ୍ବଲପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ ଆସନ ରେଙ୍ଗାଲି ବିଧାନ ସଭା ଆସନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ନିଜ ନିଜ ପ୍ରାର୍ଥୀ ଘୋଷାନ କରି ସାରିଛନ୍ତି। ନିର୍ବାଚନ ମଣ୍ଡଲି ପୁର୍ନଗଠନ ସମୟରେ ୨୦୦୯ ମସିହାରେ ଗଠିତ ରେଙ୍ଗାଲି ନିର୍ବାଚନ ମଣ୍ଡଲି ବିଭିନ୍ନ ବହୁ ରାଷ୍ଟ୍ରୀୟ କମ୍ପାନୀର କଳ କାରଖନା ଏବବଂ ଖଣି ଖାଦାନରେ ସମୃଦ୍ଧ ଥିବାରୁ ଏଇ ଆସନ ହାତେଇବାକୁ ୩ ପ୍ରମୁଖ ରାଜନୈତିକ ଦଳର ନଜର ରହିଛି। ବିଗତ ୩ଟି ନିର୍ବାଚନରେ ଏହି ୩ଦଳ ଥରେ ଲେଖାଏଁ ଏହି ଆସନରୁ ବିଜୟୀ ହୋଇଛନ୍ତି। ୨୦୨୪ ନିର୍ବାଚନ ୩ ଦଳ ପାଇଁ ଅଗ୍ନି ପରୀକ୍ଷା ଓ ସମ୍ମାନର ପ୍ରଶ୍ନ ରୂପେ ଉଭା ହୋଇଛି।

ନବ ଦାସ କଂଗ୍ରେସ ଛାଡି ଦଳ ବଳ ଧରି ବିଜେଡିରେ ସାମିଲ ହେଲା ପରେ ପ୍ରଥମ ନିର୍ବାଚନରେ ୧୩ ହଜାରରୁ ଊର୍ଦ୍ଧ୍ବ ଭୋଟ୍‌‌ ବ୍ୟବଧାନରେ ବିଜୟୀ ହେବା ପରେ ସେଠାରେ କଂଗ୍ରେସର ସ୍ଥିତି ଦୁର୍ବଳ ହୋଇ ପଡ଼ିଛି। ତଥାପି ଏହି ଦଳର ପକେଟ୍‌‌ ଭୋଟ୍‌‌ ରହିଛି। ଗତ ୨୦୧୯ ନିର୍ବାଚନରେ ଅପରିଚିତ ଏବଂ ଲୋ-ପ୍ରୋଫାଇଲ୍‌‌ ପ୍ରାର୍ଥୀ ବାଳକୃଷ୍ନ ରୋହିଦାସଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଥିଲା। ବାସଳ କୃଷ୍ନ ନିର୍ବାଚନ ପ୍ରଚାର ନକରି ପ୍ରାୟ ୧୦ ହଜାର ଭୋଟ୍‌‌ ପାଇଥିଲେ। ଏହି ଦଳ ୨୦୧୪ ନିର୍ବାଚନରେ ଦଳ ପ୍ରାର୍ଥୀ ଦୁର୍ଯୋଧନ ଗଡ଼଼ିର୍ଆ ୩୧ ହଜାର ଭୋଟ୍‌‌ ପାଇଥିଲେ। ପ୍ରଥମ ନିର୍ବାଚନରେ ଏଥର କଂଗ୍ରେସ ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଓ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିବା ଯୁବ ସଙ୍ଗଠକ ଇଂ ଦିଲ୍ଲିପ ଦୁରିଆକୁ ଟିକେଟ ଦେଇଛି। ଦୁର୍ବଳ ସ୍ଥିତିରେ ଥିବା କଂଗ୍ରେସକୁ ସବଳ କରି ନିର୍ବାଚନ ଳଢିବା ଦିଲ୍ଲିପ ଦୁରିଆଙ୍କ ପାଇଁ ବଡ ଆହ୍ୱାନ ଓ ଅଗ୍ନି ପରୀକ୍ଷା ହେବା ସହିତ କଂଗ୍ରେସର ସ୍ଥିତି ଏବଂ ସମ୍ମାନର ପ୍ରଶ୍ନ ହେବ।

୨୦୧୪ ନିର୍ବାଚନରେ ରମେଶ ପଟୁଆ ୧ହଜାର ୮ଶହ ୮୩ ଭୋଟ୍‌‌ ରେ ବିଜେପି ପ୍ରାର୍ଥୀ ନାଉରି ନାଏକଙ୍କୁ ପରାସ୍ତ କରି ବିଜୟୀ ହୋଇଥିବା ବିଜେଡି ୨୦୧୯ ନିର୍ବାଚନରେ ନବଗତ ରୀନା ତନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ଗୋଷ୍ଠି କନ୍ଦଳ ଯୋଗୁଁ ରୀନା ତନ୍ତି ବିଜେପି ପ୍ରାର୍ଥୀ ନାଉରି ନାଏକଙ୍କ ଠାରୁ ୬ହଜାର ୭୪୩ ଭୋଟ୍‌‌ରେ ପରାଜିତ ହୋଇଥିଲେ। ୨୦୦୯ ପ୍ରଥମ ନିର୍ବାଚନରେ ମଧ୍ୟ ଗୋଷ୍ଠି କନ୍ଦଳ ଦଳ ପାଇଁ କାଳ ସାଜିଥିଲା। ସେ ସମୟର ନେତା ଏମ୍‌‌.ବି ପ୍ୟାରିରାଜ୍‌‌ଙ୍କୁ ଟିକେଟ୍‌‌ ନ ଦେଇ ସନାତନ ବିଶିଙ୍କୁ ଦଳ ଟିକେଟ୍‌‌ ଦେବାରୁ ପ୍ୟାରିରାଜ୍‌‌ ସ୍ୱାଧୀନ ପ୍ରାର୍ଥୀ ରୂପେ ଛିଡା ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଏବଂ ଦଳିୟ ପ୍ରାର୍ଥୀ ତତ୍କାଳିନ ମନ୍ତ୍ରୀ ପରାଜିତ ହୋଇ ୩ୟ ସ୍ଥାନରେ ରହିଥିଲେ। ବିଜେଡିରେ ଏବେ ମଧ୍ୟ ଗୋଷ୍ଠି କନ୍ଦଳ ରହିଛି, ୩ଟି ମୁଖ୍ୟ ଗୋଷ୍ଠି ଦ୍ୱାରା ଏହି ନିର୍ବାଚନ ମଣ୍ଡଳୀର ଦଳ ପରିଚାଳିତ ହେଉଥିବା ବେଳେ ଅନେକ ଛାମୁଆ ନେତା ଛୋଟ ଛୋଟ ଗୋଷ୍ଠି ଗଢି ନିଜସ୍ୱ ପତିଆରା ବୃଦ୍ଧି ପାଇଂ ପ୍ରୟାସରତ। ଏଥର ଦଳ ନିର୍ବାଚନରେ ଅପେକ୍ଷାକୃତ ଅପରିଚିତ ନୂଆ ଚେହେରା ସୁଦର୍ଶନ ହରିପାଲଙ୍କୁ ନିର୍ବାଚନ ମଇଦାନରେ ଓହ୍ଳାଇଛି। ଦେଢ ଡଜନରୁ ଅଧିକା ଆଶାୟୀଙ୍କୁ ପଛରେ ପକାଇ ଦୁଦର୍ଶଣ ଦଳିୟ ଟିକେଟ୍‌‌ ପାଇବା ପରେ ବିଜେଡିରେ ଥିବା ସବୁ ଗୋଷ୍ଠିଙ୍କ ସାଙ୍ଗରେ ନେଇ ନିର୍ବାଚନ ଲଢି ବିଜୟୀ ହେବା ଏକ ବଡ ଅହ୍ୱାନ ଓ ଅଗ୍ନି ପରିକ୍ଷା ରୂପେ ଉଭା ହୋଇଛି। ଟିକେଟରୁ ବଞ୍ଚିତ ହୋଇଥିବା କେତେକ ଅଶାୟୀ ସ୍ୱାଧିନ ପ୍ରାର୍ଥୀ ରୂପେ ଲଢିବାକୁ ସଜବାଜ ହେଉଥିବାରୁ ହରିପାଲଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି। ଏସବୁ ଅହ୍ୱାନକୁ ସେ କିପରି ମୁକାବିଲା କରିବେ ସମୟ ହିଁ କହିବ।

ନିର୍ବାଚନ ମଣ୍ଡଳୀ ଗଠନ ହେଲା ପରେ ଅନୁଷ୍ଠିତ ହୋଇଥିବା ୩ଟି ଯାକ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ନାଉରି ନାଏକ ୨ଥର ପରାଜିତ ହୋଇ ୨୦୧୯ ନିର୍ବାଚନରେ ୬ହଜାର ୭ଶହ ୪୩ ଭୋଟ୍‌‌ରେ ବିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନ ନାଉରି ନାଏକଙ୍କ ପାଇଁ ଅଗ୍ନି ପରୀକ୍ଷା ଏବଂ ସମ୍ମାନର ପ୍ରଶ୍ନ। ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜୟୀ ହୋଇଥିଲେ ମଧ୍ୟ ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନରେ ପ୍ରାର୍ଥୀଙ୍କଙ୍କ ଘର ଘର ବୁଲି ଏବଂ ସଭା ସମିତି କରି ଶ୍ରୀ ନାଏକ ପ୍ରଚାର କରିବା,ଏପରିକି ଦଳର ଫାୟାର ବ୍ରାଣ୍ଡ୍‌‌ ନେତା ଜୟନାରାୟଣ ମିଶ୍ର ମଧ୍ୟ ପ୍ରଚାର କରିବା ସତ୍ୱେ ବିଜେପି ଜିଲ୍ଲା ପରିଷଦ ଆସନରେ ଖାତା ଖୋଲି ପାରିଲା ନାହିଁ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ରାଧେଶ୍ୟାମ ବାରିକଙ୍କ ଭଳି ନେତା ପରାଜିତ ହୋଇଥିଲେ। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ଗୋଟିଏ ବି ଆସନରେ ବିଜୟୀ ହୋଇପାରିନଥିବା ବିଜେପି ପାଇଁ ଏହି ସାଧାରଣ ନିର୍ବାଚନ ଆହ୍ୱାନ ଓ ଅଗ୍ନି ପରୀକ୍ଷା ହେବ। ଏହା ବ୍ୟତୀତ ନାଉରି ନାଏକ ଏବେ ବିଧାୟକ ଥିବାରୁ ତାଙ୍କର ୫ବର୍ଷ କାର୍ଯ୍ୟକାଳର ଭୋଟର ମାନେ ପରୀକ୍ଷା ନିରୀକ୍ଷା କରି ଶ୍ରୀ ନାଏକଙ୍କୁ କେତେ ମାର୍କ୍‌‌ ଦେବେ ସେନେଇ ଭୋଟର ମାନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ଗତ ନିର୍ବାଚନରେ ନାଉରି ନାଏକଙ୍କ ଠାରୁ ଭୋଟର୍‌‌ ଯାହା ଅଶା କରିଥିଲେ ଏବଂ ସେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ, ଭୋଟର୍‌‌ଙ୍କ ଆଶା ପୂରଣ କରିବାରେ ଶ୍ରୀ ନାଏକ କେତେ ସଫଳ ହୋଇଛନ୍ତି ଏବଂ ସେ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି ତାହା ଶ୍ରୀ ନାଏକଙ୍କ ପାଇଁ ଅଗ୍ନି ପରୀକ୍ଷା ସଦୃଶ। ପୁର୍ନବାର ବିଜୟୀ ହୋଇ ରେକର୍ଡ ସୃଷ୍ଟି କରିବାରେ ଶ୍ରୀ ନାଏକ କେତେ ଦୂର ସକ୍ଷମ ହେଉଛନ୍ତି ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ।

Comments are closed.