www.samajalive.in
Thursday, December 11, 2025
16.1 C
Bhubaneswar

ଘଟଗାଁ ମା ତାରିଣୀଙ୍କ ପୀଠରେ ପଣା ସଂକ୍ରାନ୍ତି, ସୁନାବେଶରେ ଦର୍ଶନ ଦେଉଛନ୍ତି ମା’

କେନ୍ଦୁଝରଗଡ: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ ୯ ତାରିଖରୁ ମାତାରିଣୀଙ୍କ ୮୮ତମ ଚଇତି ପର୍ବ ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ୬ଷ୍ଠ ଦିନ। ଚଇତି ପର୍ବର ୭ଦିନ ଧରି ମା’ ସୁନାବେଶରେ ଦର୍ଶନ ଦେଉଛନ୍ତି। ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମାଙ୍କର ସ୍ଵତନ୍ତ୍ର ସୁନାବେଶ ହୋଇଥିବା ବେଳେ ସକାଳୁ ଶାବରୀ ମନ୍ତ୍ରରେ ଆରାଧନା ହୋଇ ମା’ଙ୍କ ପୂଜାର୍ଚ୍ଚନା ହୋଇଛି। ମା’ଙ୍କ ଦେହୁରୀ ଭୋରୁ ଏହି ପୂଜାନୀତି କରିଥିବା ବେଳେ ପରେ ସାଧାରଣ ଦର୍ଶନ ପାଇଁ ଭକ୍ତଙ୍କୁ ଛଡ଼ା ଯାଇଥିଲା। ଏହି ସାତଦିନ ଧରି ମା’ଙ୍କ ପୀଠରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି। ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ମନ୍ଦିର ପରିସରରେ ଟ୍ରଷ୍ଟ ବୋର୍ଡ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଗୁଡ଼ିକ ପକ୍ଷରୁ ଭକ୍ତମାନଙ୍କୁ ପାନୀୟ ଜଳ, ପଣା, ଅନ୍ନ ପ୍ରସାଦ ମାଗଣାରେ ବଣ୍ଟନ କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଭକ୍ତଙ୍କ ପାଇଁ ଏସି ବ୍ୟାରିକେଡ଼ର ମଧ୍ୟ ବ୍ୟବସ୍ଥା କରାଯାଇଛି। ମା’ଙ୍କ ସୁନାବେଶ ଦର୍ଶନ ପାଇ ଭକ୍ତ ମାନେ ଅଭିଭୂତ ହୋଇଥିବା ବେଳେ ଏହି ଦର୍ଶନ ପାଇଲେ କୋଟି ପୁଣ୍ୟର ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories