www.samajalive.in
Monday, December 8, 2025
27.1 C
Bhubaneswar

ଆଇପିଏଲ – ଆଜି ମୁମ୍ବଇ-ଚେନ୍ନଇ ମୁକାବିଲା

ନୂଆଦିଲ୍ଲୀ: ଚଳିତ ଆଇପିଏଲର ୨୯ତମ ମ୍ୟାଚ ରବିବାର ମୁମ୍ବଇ ଇଣ୍ଡିଆନ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମଧ୍ୟ​‌େ​‌ର ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବାରୁ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଚେଷ୍ଟା କରିବେ।

ଋତୁରାଜ ଗାଏକ୍ବାର୍ଡଙ୍କ ନେତୃତ୍ବାଧିନ ଚେନ୍ନଇ ୫ଟି ମ୍ୟାଚରୁ ୩ଟି ଜିତି ୨ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧିନ ମୁମ୍ବଇ ଇଣ୍ଡିଆନ୍‌ସ ୫ଟି ମ୍ୟାଚରୁ ୨ଟି ଜିତି ୩ଟିରେ ପରାଜିତ ହୋଇଛି। ମୁମ୍ବଇ ପ୍ରଥମ ୩ଟି ମ୍ୟାଚରେ ପରାସ୍ତ ହେବା ପରେ ଶେଷ ଦୁଇ ମ୍ୟାଚରେ ବିଜୟ ହାସଲ କରିଛି। ବ୍ୟାଟିଂରେ ରୋହିତ ଶର୍ମା, ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦିକ ପାଣ୍ଡ୍ୟା ପ୍ରମୁଖ ରହିଛନ୍ତି। ରୋହିତ, ଇଶାନ ଓ ସୂର୍ଯ୍ୟକୁମ​‌ାର ଫର୍ମକୁ ଫେରିବା ଦଳର ବ୍ୟାଟିଂକୁ ଶକ୍ତିଶାଳୀ କରିଛି। ବୋଲିଂରେ ଯଶପ୍ରୀତ ବୁମ୍‌ରା ମୁଖ୍ୟ ଅସ୍ତ୍ର। ବୁମରା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ୫ଟି ୱିକେଟ ନେଇଥିଲେ। ଜେରାଲ୍‌ଡ କୋଏଟ୍‌ଜି, ମହମ୍ମଦ ନବି, ରୋମାରିଓ ସେର୍ଫଡ ପ୍ରମୁଖ ରହିଛନ୍ତି। ଦଳ ଗତ ମ୍ୟାଚର ପ୍ରଦର୍ଶନକୁ ବଜାୟ ରଖିବା ସହ ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟ ରଖିଛି। ଚେନ୍ନଇ ସୁପରକିଙ୍ଗ୍‌ସ ପକ୍ଷରୁ ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ, ରାଚିନ ରବୀନ୍ଦ୍ର, ଅଜିଙ୍କ୍ୟ ରାହାଣେ, ଡ୍ୟାରେଲ ମିଚେଲ, ମହେନ୍ଦ୍ର ସିଂହ ଧୋନି ଓ ରବୀନ୍ଦ୍ର ଜାଡେଜା ପ୍ରମୁଖ ରହିଛନ୍ତି। ଶିବମ୍‌ ଦୁବେ ଫିନିସର ଦାୟିତ୍ବ ମଧ୍ୟ ତୁଲାଉଛନ୍ତି। ବୋଲିଂରେ ଦୀପକ ଚହର, ତୁଷାର ଦେଶପାଣ୍ଡେ, ମୁସ୍ତାଫିଜୁର ରେହମାନ, ରବୀନ୍ଦ୍ର ଜାଡେଜା, ମାହିଶ ତୀକ୍ଷଣ ରହିଛନ୍ତି। ମୁମ୍ବଇ ଫର୍ମକୁ ଫେରିଥିବା ବେଳେ ଚେନ୍ନଇ ମଧ୍ୟ ଭଲ ଖେଳୁଛି। ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories