www.samajalive.in
Sunday, December 14, 2025
14.1 C
Bhubaneswar

ସତ୍ୟବାଦୀ ଜନସାଧାରଣ ମୋତେ ଆଶୀର୍ବାଦ କରିବେ – ସଞ୍ଜୟ ଦାସବର୍ମା

ସାକ୍ଷୀଗୋପାଳ: ସତ୍ୟବାଦୀ ବିଧାନସଭା ଆସନରୁ ବିଜୁ ଜନତା ଦଳ ତରଫରୁ ବିଧାୟକ ପ୍ରାର୍ଥୀ ହୋଇଥିବା ସଞ୍ଜୟ ଦାସବର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସତ୍ୟବାଦୀର ଜନସାଧାରଣ ମୋତେ ଆଶୀର୍ବାଦ କରିବେ ଓ ସେବା କରିବାର ସୁଯୋଗ ଦେବେ ବୋଲି ଆଶା ପ୍ରକାଶ କରିଥିଲେ।

ସେ ସଂସ୍କୃତି ସମ୍ପନ୍ନ, ଐତିହାସିକ ଓ ପୌରାଣିକ ପୃଷ୍ଠଭୂମି ରହିଥିବା ସତ୍ୟବାଦୀର ବିକାଶକୁ ଆହୁରି ଆଗକୁ ନେବା ଓ ଆହୁରି ଗତି ଦେବା ନିମନ୍ତେ ସତ୍ୟବାଦୀ ବାସୀଙ୍କର ସହଯୋଗ, ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ପୁରୀ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକଙ୍କୁ ସାଂସଦ ଭାବରେ ଓ ଶ୍ରୀ ଦାସବର୍ମାଙ୍କୁ ସତ୍ୟବାଦୀ ବିଧାନସଭା ଆସନରୁ ବିଧାୟକ ରୂପେ ଆଶୀର୍ବାଦ କରି ନିର୍ବାଚିତ କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

- Advertisement -

ଏହି ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଅଶୋକ ବେହେରା ସତ୍ୟବାଦୀର ମୁଖ୍ୟ ଅର୍ଥକାରୀ ଫସଲ ଓ ଓଡ଼ିଶାର ନାରିକେଳ ରାଜଧାନୀ ରୂପେ ପରିଚିତ ସାକ୍ଷୀଗୋପାଳରେ ଉଜୁଡି ଯାଇଥିବା ନଡ଼ିଆ ଚାଷ, ବନ୍ଦ ରହିଥିବା ଆଞ୍ଚଳିକ ନାରିକେଳ ଗବେଷଣା କେନ୍ଦ୍ର ଓ କୃତ୍ରିମ କୀଟ ପ୍ରଜଜନ କେନ୍ଦ୍ର ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏ ସମ୍ପର୍କରେ ଶ୍ରୀ ଦାସବର୍ମା କହିଥିଲେ, ବର୍ତ୍ତମାନ ନିର୍ବାଚନ ଆଚରଣ ଵିଧି ରହିଛି। ନିର୍ବାଚନ ପରେ ଜନସାଧାରଣଙ୍କ ଆଶୀର୍ବାଦରେ ସତ୍ୟବାଦୀ ସମସ୍ୟାର ସମାଧାନ ସହିତ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories