www.samajalive.in
Tuesday, December 9, 2025
16.1 C
Bhubaneswar

ଜୟପାଟଣା ଏନଏସି ଘୋଷିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ସମୟର ସହର ଜୟପାଟଣାକୁ ଆଜି ରାଜ୍ୟ ସରକାର ଏନଏସି ଘୋଷଣା କରିଛନ୍ତି। ଏହି ଖବର ସମଗ୍ର ଅଞ୍ଚଳରେ ଖୁସିର କାରଣ ସାଜିଛି। ସୂଚନା ଅନୁଯାୟୀ ୧୫ଟି ୱାର୍ଡକୁ ନେଇ ଜୟପାଟଣା ଗ୍ରାମ ପଞ୍ଚାୟତ ଗଠିତ ହେଇଛି। ଏବେ ସେସବୁ ୱାର୍ଡକୁ ଜୟପାଟଣା ଏନଏସିରେ ଅନ୍ତର୍ଭୁକ୍ତ କରାଯିବାକୁ ନିଷ୍ପତ୍ତି ହେଇଛି। ପ୍ରାୟ ୧୫ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଜୟପାଟଣା ଏକ ବ୍ଲକ ମହକୁମା ହେଇଥିବା ବେଳେ ଏଠାରେ ଅନ୍ୟାନ୍ୟ ବ୍ଲକ୍ ସ୍ତରୀୟ କାର୍ଯ୍ୟଳୟ ସାଙ୍ଗକୁ ବିଭିନ୍ନ କୋର୍ଟ କଚେରୀ କାର୍ଯ୍ୟ କରୁଛି। ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ସମୃଦ୍ଧ ବ୍ଲକ୍ ଭାବେ ପରିଚିତ ଜୟପାଟଣା ବହୁ ପୂର୍ବରୁ ଏନଏସି ଭାବେ ଘୋଷଣା ହେବାର ଥିଲା। ତେବେ ବିଳମ୍ବରେ ଆଜି ଏନ୍ଏସି ଘୋଷଣା ହେଇଥିବାରୁ ବିଭିନ୍ନ ମହଲାରେ ଏହାକୁ ସ୍ଵାଗତ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories