ବୁର୍ଲା: ବୁର୍ଲା ଭିସୁଟ ସିଭିଲ ଇଞ୍ଜିନିୟରିଙ୍ଗ ବିଭାଗ ଦ୍ୱାରା ଆୟୋଜିତ ଅଟଳ ଏଫଡ଼ିପି କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଜଳବିଜ୍ଞାନ ସମ୍ବନ୍ଧିତ ଏବଂ ରିମୋଟ ସେନସିଙ୍ଗ ଏବଂ ଜିଆଇଏର ଉପଯୋଗିତା ଉପରେ ସନ୍ନିବେସିତ ଥିଲା। ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭିସୁଟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନରୁ ୫୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସିନରେ ରାଜ୍ୟର ବିଷୟବସ୍ତୁ ଉପରେ ପାରଦର୍ଶି ବ୍ୟକ୍ତିତ୍ୱ ଭୁବନେଶ୍ୱର ଆଇଏମଡ଼ିର ପୁର୍ବତନ ନିର୍ଦ୍ଦେଶକ ଡ ଶରତ ଚନ୍ଦ୍ର ସାହୁ, ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ ଆଶୁତୋଷ ଦାଶ, ପୁର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଡ ମହେନ୍ଦ୍ର କୁମାର ଭୁଆଁ, ଓରସାକର ପୁର୍ବତନ ବୈଜ୍ଞାନିକ ଡ ପ୍ରଦୀପ୍ତ ମିଶ୍ର, ସିଲିକନ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ପ୍ରଫେସର ଡ ଆଶୁତୋଷ ରଥ, ଏନଆଇଟି ରାଉରକେଲାର ପ୍ରଫେସର କିସନଜିତ ଖଟୁଆ, ହୀରାକୁଦ ବନ୍ଧର ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ୟାର୍ତିମୟ ବେହେରା, ଭିସୁଟର ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ପ୍ରଫେସର ଅନିଲ କୁମାର କର ପ୍ରମୁଖ ବହୁ ଉପଯୋଗୀ ତଥ୍ୟ ଏବଂ ଅନୁସନ୍ଧାନ ମୁଳକ ଗବେଷଣା ଉପସ୍ଥାପନ କରିଥିଲେ। ପ୍ରତିନିଧି ମାନେ ୧୨ ତାରିଖ ଦିନ ହୀରାକୁଦ ବନ୍ଧ ପ୍ରକଳ୍ପର ବିଭିନ୍ନ ସ୍ଥାନ ଏବଂ ଚିପିଲିମା ଜଳବିଦ୍ୟୁତ କେନ୍ଦ୍ର ଉତ୍ପାଦନ ସ୍ଥଳ ବୁଲି ଦେଖିଥିଲେ।
Popular Categories



